ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନରେ ସଂସ୍କୃତ ସପ୍ତାହ ପାଳିତ
କେନ୍ଦୁଝର, 13 ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନରେ ବିଦ୍ୟାଳୟସ୍ତରୀୟ ସଂସ୍କୃତ ଦିବସ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ଯରେ ପାଳିତ ହୋଇଯାଇଛି । ଶିକ୍ଷୟିତ୍ରୀ ଶ୍ରୀମତୀ ମୀନୁ ମୁଦିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂସ୍କୃତ ଶିକ୍ଷକ ଶ୍ ବ
ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନରେ ସଂସ୍କୃତ ସପ୍ତାହ ପାଳିତ


କେନ୍ଦୁଝର, 13 ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନରେ ବିଦ୍ୟାଳୟସ୍ତରୀୟ ସଂସ୍କୃତ ଦିବସ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ଯରେ ପାଳିତ ହୋଇଯାଇଛି । ଶିକ୍ଷୟିତ୍ରୀ ଶ୍ରୀମତୀ ମୀନୁ ମୁଦିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂସ୍କୃତ ଶିକ୍ଷକ ଶ୍ ବିଜୟ କୁମାର ମହାନ୍ତ ସଂସ୍କୃତ ଭାଷାରେ ମନୋଜ୍ଞ ଶୈଳୀରେ ମଞ୍ଚ ପରିଚାଳନା କରିଥିଲେ । ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସୁଲଳିତ ସ୍ୱରରେ ସଂସ୍କୃତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବସନ୍ତ କୁମାର ବାରିକ ମୁଖ୍ୟ ଅତିଥି ଏବଂ ଶିକ୍ଷକ ଶ୍ରୀଯୁକ୍ତ ହରିହର ମହାନ୍ତ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ସଂସ୍କୃତ ଭାଷା 'ବିଜ୍ଞାନ ସମ୍ମତ ଓ ସମସ୍ତ ଭାଷାର ଜନନୀ' ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତ ସଂସ୍କୃତ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବ୍ୟାଖ୍ୟା କରିଥିଲେ । ସଂସ୍କୃତ ଭାଷାର ଉପାଦେୟତା ବିଷୟରେ ସଭାପତି ଶ୍ରୀମତୀ ମୁଦି ବଖାଣିଥିଲେ । ସଂସ୍କୃତ ବକ୍ତୃତା, ସଂସ୍କୃତ କୁଇଜ ଓ ଶ୍ଳୋକାବୃତ୍ତି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ହିନ୍ଦୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସାଗରାମ କିସ୍କୁ, ସତ୍ଯଜିତ କୁମାର ଦେହୁରୀ, ବ୍ରଜବନ୍ଧୁ ମାଝୀ ଓ ରବିନାରାୟଣ ନାଥ ଶର୍ମା ତଥା ଶିକ୍ଷୟିତ୍ରୀ ପଙ୍କଜିନୀ ଖଟୁଆ, ସତ୍ଯଭାମା ଦେହୁରୀ ଓ ଇନ୍ଦୁମତୀ ଓରାମ ସଭା କାର୍ଯ୍ଯ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande