କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ପୁଲିସ ଆଜି ତିନୋଟି ପୃଥକ ପୃଥକ ମାମଲାରେ ତିନି ଜଣ ୱାରେଂଟିକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପାଣିକୋଇଲି ଥାନା ଅନ୍ତର୍ଗତ ପଥପପଦା ପଂଚାୟତ ତାଜପୁର ଆଦିବାସୀ ସାହିର ରଂଗାଧର ମୁଣ୍ଡାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡା, ଜହ୍ନା ପଂଚାୟତର ଛୋଟରାୟପୁର ଗ୍ରାମର ବାଇଧର ଦାସଙ୍କ ପୁଅ ଲକ୍ଷ୍ମୀଧର ଦାସ ଓ ସୋଲପଟା ଗ୍ରାମର କାର୍ତିକ ମଳିକଙ୍କ ପୁଅ ଅଜିତ ମଳିକଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ