ଭଦ୍ରକରେ ତ୍ରିରଙ୍ଗା ଶୋଭାଯାତ୍ରା
ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରେରଣାରେ ଦେଶବ୍ୟାପୀ ଚାଲିଥିବା ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅବସରରେ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀର ହନୁମାନ ମଣ୍ଡଳ,ଭାରତ ମାତା ମଣ୍ଡଳ ଓ ସାତଭଉଣୀ ମଣ୍ଡଳରେ ଆୟୋଜିତ ଭବ୍ୟ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାମିଲ ହେଲେ ଭ
BHADRAK RE TRIRANGA SOVAYATRA


ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରେରଣାରେ ଦେଶବ୍ୟାପୀ ଚାଲିଥିବା ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅବସରରେ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀର ହନୁମାନ ମଣ୍ଡଳ,ଭାରତ ମାତା ମଣ୍ଡଳ ଓ ସାତଭଉଣୀ ମଣ୍ଡଳରେ ଆୟୋଜିତ ଭବ୍ୟ ତ୍ରିରଙ୍ଗା ଶୋଭା ଯାତ୍ରାରେ ସାମିଲ ହେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରି ଆମ ଦେଶ ଆଜାଦୀର ୭୮ତମ ବର୍ଷର ସ୍ୱର୍ଣ୍ଣିମ ଅଧ୍ୟାୟ ର ଜୟଯାତ୍ରାକୁ ମନେପକାଇଥିଲା। ଆଜିର ଏହି ଶୋଭାଯାତ୍ରାରେ ଯୁବ ଓ ମହିଳା ବିଜେପିର ଶତାଧିକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande