ବଗଡା ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ
କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମସ୍ଥ ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅମୁଲ୍ୟ କୁମାର ନାୟକଙ୍କ ସଭାପତିତ୍ୱରେ ଉଦ୍‌ଯାପିତ ଦିବସରେ ମୁଖ୍ୟ ଅତିଥି ରୂପରେ ପଣ୍ଡିତ ପ୍ରତାପ କ
ବଗଡା ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ


କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମସ୍ଥ ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅମୁଲ୍ୟ କୁମାର ନାୟକଙ୍କ ସଭାପତିତ୍ୱରେ ଉଦ୍‌ଯାପିତ ଦିବସରେ ମୁଖ୍ୟ ଅତିଥି ରୂପରେ ପଣ୍ଡିତ ପ୍ରତାପ କୁମାର ପତି ଯୋଗଦେଇ ସଂସ୍କୃତ ଭାଷାର ଉପାଦେୟତା ସଂପର୍କରେ ଆଲୋକପାତ କରିବା ସହ ବେଦ ବେଦାନ୍ତ ଉପନିଷଦକୁ ନେଇ ସଂସ୍କୃତ ଭାଷା ପରିପୃଷ୍ଟ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଦମୟନ୍ତୀ ଦାସ ବେଦପାଠ କରିଥିଲେ। କ୍ରୀଡା ଶିକ୍ଷକ ଉମାକାନ୍ତ କର ଅତିଥି ମାନଙ୍କର ପରିଚୟ ପର୍ବ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଂସ୍କୃତ ତର୍କ, ନୃତ୍ୟ, ଗୀତ, ଶ୍ଲୋକ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ମାନସୀ ମହାନ୍ତି, ମଧୁସ୍ମିତା ସାହୁ, ଜିତେନ୍ଦ୍ର ମହାନ୍ତି, ସସ୍ମିତା ପ୍ରଧାନ, ସୁଜାତା ସାହୁ, ସ୍ୱର୍ଣ୍ଣଲତା ରାଉତ, ଶୁଭଶ୍ରୀ ବାରିକ, ନିରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ଉମାକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande