ବାଲିମେଳା ଏନଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି,୧୨ ଅଗଷ୍ଟ (ହି.ସ.) ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ସମୂହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହର ସ୍ଥିତ ଟାଉନ ହଲ ଠାରେ ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ କର୍ମୀମାନେ ମିଳିମିଶି ସଫେଇ କରିଥିଲେ। ଏଥିସହ ସହରର ୟୁଜିଏମଇ ସ୍କୁଲ ଠାରେ
ବାଲିମେଳା ଏନଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି,୧୨ ଅଗଷ୍ଟ (ହି.ସ.)

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ସମୂହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହର ସ୍ଥିତ ଟାଉନ ହଲ ଠାରେ ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ କର୍ମୀମାନେ ମିଳିମିଶି ସଫେଇ କରିଥିଲେ। ଏଥିସହ ସହରର ୟୁଜିଏମଇ ସ୍କୁଲ ଠାରେ ସ୍ଵାଧୀନତା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ଝୋଟି ଏବଂ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏହି ସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହର ଘର ତ୍ରିରଙ୍ଗା ହର ଘର ସ୍ୱଚ୍ଛତା ର ନାରା ଦିଆଯାଇଥିଲା। ଏଥିସହ ବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଏନଏସି ପରିମଳ ବିଶେଷଜ୍ଞ ସନ୍ତୋଷ ଖେମୁଣ୍ଡୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିପ୍ରଭା ସାହୁ ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande