ଭୁବନ, ୧୨ ଅଗଷ୍ଟ (ହି.ସ.) - ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଭାତ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍କୃତ ଅଧ୍ୟାପକ ଡ଼ ଥବିର କୁମାର ଭୋଇ ସଂସ୍କୃତ ଭାଷା ର ଉତ୍ପତି ଓ ତାହାର ବ୍ୟବହାରରେ ସମାଜ କିପରି ଉନ୍ନତି କରିଛି ଆଉ କରିବ ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ସଂସ୍କୃତ ଅଧ୍ୟାପିକା ଇନ୍ଦୁ ରେଖା ମହାପାତ୍ର, ସୁନୟନା ପୃଷ୍ଟି ଓ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ସଂସ୍କୃତ ଭାଷା ର ଉପାଦେୟତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ ଉତ୍ସବ ରେ ସଂସ୍କୃତ ବିଷୟ ରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ