ବେଆଇନ ଗୋଚାଲାଣ, ଏକ ଅଟୋରୁ ୫ ବାଛୁରି ଜବତ, ୨ ଅଦାଲତ ଚାଲାଣ
କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଜହ୍ନା ପଂଚାୟତ ଛୋଟରାୟପୁର ଗ୍ରାମ ନିକଟର ବେଆଇନ ଭାବେ ଚାଲାଣ ହେଉଥିବା ୫ଟି ବାଛୁରିକୁ ଅଟୋ ସହ ଜବତ କରିବାକୁ ପୁଲିସ ସକ୍ଷମ ହୋଇଛି । ଆଜି ଚାଳକ ଓ ବେପାରୀକୁ ଅଦାଲତ ଚାଲାଣ କରାଯାଇଛି । ପ୍ରକାଶଯେ ବେଆଇନ ଭାବେ ଚୋରା
ବେଆଇନ ଗୋଚାଲାଣ, ଏକ ଅଟୋରୁ ୫ ବାଛୁରି ଜବତ, ୨ ଅଦାଲତ ଚାଲାଣ


କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ଜହ୍ନା ପଂଚାୟତ ଛୋଟରାୟପୁର ଗ୍ରାମ ନିକଟର ବେଆଇନ ଭାବେ ଚାଲାଣ ହେଉଥିବା ୫ଟି ବାଛୁରିକୁ ଅଟୋ ସହ ଜବତ କରିବାକୁ ପୁଲିସ ସକ୍ଷମ ହୋଇଛି । ଆଜି ଚାଳକ ଓ ବେପାରୀକୁ ଅଦାଲତ ଚାଲାଣ କରାଯାଇଛି । ପ୍ରକାଶଯେ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ଏକ ଅଟୋକୁ ଶଙ୍ଖଚିଲା ଫାଣ୍ଡି ଅଧିକାରୀ ଦେବ ମହାନ୍ତି ଖବର ପାଇ ଛୋଟରାୟପୁର ଛକରୁ ଧରିଥିଲେ । ଜବତ ସମୟରେ ଅଟୋରେ ୫ଟି ବାଛୁରି ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ତାଙ୍କୁ ଅଟୋ ସହ ଧରି ଫାଣ୍ଡିକୁ ଆଣିବା ପରେ ୫ଟି ବାଛୁରିକୁ ଖୋଲାଯାଇ ଖାଦ୍ୟ ଦିଆଯାଇଥିଲା । ଏନେଇ ଏକ ମାମଳା ୨୬୬/୨୫ ରୁଜ୍ଜୁ କରାଯାଇ ଅଟୋ (ଓଡି୩୪ଏସ ୬୨୪୩)କୁ ଜବତ କରାଯାଇଥିଲା । ଅଟୋ ଚାଳକ କୁଆଖିଆ ଥାନା ଅନ୍ତର୍ଗତ କୁଜିବର ଗ୍ରାମର ସଦାନନ୍ଦ ରାଉତଙ୍କ ପୁଅ ପ୍ରତାପ ରାଉତ(୩୫) ଓ ସହଯାତ୍ରୀ ବା ବେପାରୀ ଯାଜପୁରରୋଡ ଥାନା ଅନ୍ତର୍ଗତ ପହଂଗା ଗ୍ରାମର କାଶିନାଥ ମଳିକଙ୍କ ପୁଅ ପଂଚାନନନ ମଳିକ (୩୯)କୁ ଗିରଫ କରିବା ପରେ ଆଜି ଅଦାଲତ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଜବତ ୫ ବାଛୁରୀକୁ ଗୋଶାଳା ଜିମା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande