ଭୁବନ ଏନ୍ ଏ ସି ରେ ହର ଘର ତ୍ରିରଙ୍ଗା, ହର ଘର ସ୍ୱଚ୍ଛତା
ଭୁବନ,୧୨ ଅଗଷ୍ଟ (ହି.ସ)- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରତ୍ୟେକ ଜନ ସାଧାରଣ ଙ୍କ ହୃଦୟରେ ଦେଶ ପ୍ରେମ ଜାଗ୍ରତ କରାଇବା ଓ ସ୍ୱଚ୍ଛତା ଅବଲମ୍ବନ କରିବା ସକାଶେ ହର ଘର ତ୍ରିରଙ୍ଗା , ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ
ଭୁବନ ଏନ୍ ଏ ସି ରେ ହର ଘର ତ୍ରିରଙ୍ଗା, ହର ଘର ସ୍ୱଚ୍ଛତା


ଭୁବନ,୧୨ ଅଗଷ୍ଟ (ହି.ସ)- ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ପ୍ରତ୍ୟେକ ଜନ ସାଧାରଣ ଙ୍କ ହୃଦୟରେ ଦେଶ ପ୍ରେମ ଜାଗ୍ରତ କରାଇବା ଓ ସ୍ୱଚ୍ଛତା ଅବଲମ୍ବନ କରିବା ସକାଶେ ହର ଘର ତ୍ରିରଙ୍ଗା , ହର ଘର ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କ ତତ୍ୱାବଧାନରେ ଗୋଷ୍ଠୀ ସଂଗଠିକା ଚିକୁମିନା ପଟ୍ଟନାୟକ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଂଟ ମ୍ୟାନେଜର ନଳିନୀ ଶଙ୍କର ରଥ, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ,ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ,ପରିମଳ କର୍ମଚାରୀ ଓ ସାଧାରଣ ଜନତା ଏନ୍ ଏ ସି ଅଫିସ ରୁ ହାତରେ ଜାତୀୟ ପତାକା ଧରି ବିଭିନ୍ନ ନାରାବାଜି କରି ସହର ପରିକ୍ରମା କରି ଲୋକ ମାନଙ୍କୁ ପ୍ଲାଷ୍ଟିକ ଜାତୀୟ ପତାକା ବଦଳରେ କପଡାରେ ତିଆରି ପତାକା ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ପ୍ଲାଷ୍ଟିକ ର କୁପରିଣାମ ସମ୍ପର୍କରେ ଅବଗତ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande