କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.)- କେନ୍ଦୁଝର, ବିଜେପି କେନ୍ଦୁଝର ନଗର ମଣ୍ଡଳ ପକ୍ଷରୁ ମଙ୍ଗଳବାର କେନ୍ଦୁଝର ସହରର ଜେଲରୋଡ଼ ନିକଟସ୍ଥ ବସ୍ ଷ୍ଟପ୍ ତଥା ଆଖପାଖ ସ୍ଥାନ ମାନଙ୍କରେ ସ୍ୱଛତା ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି କେନ୍ଦୁଝର ନଗର ମଣ୍ଡଳ ସଭାପତି ଅସିତ ନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱଛତା କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଯୋଗଦେଇ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି ସ୍ୱଛତା କାର୍ଯ୍ୟକ୍ରମରେ ଉତ୍ସାହିତ କରିବା ସହିତ ନିଜେ ଝାଡୁ ଧରି ସଫେଇ କରିଥିଲେ। ଆଗକୁ ସ୍ୱାଧୀନତା ଦିବସ ଥିବାବେଳେ ବିଜେପି ପକ୍ଷରୁ ବିଭିନ୍ନ ଜାଗାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀ ମାନଙ୍କୁ ଧୂଆଧୁଇ କରି ପରିଷ୍କାର କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରାଯାଉଥିବା ବେଳେ ଜେଲ ରୋଡ଼ ଛକ ସ୍ଥିତ ବିପ୍ଲବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତୀକୁ କାର୍ଯ୍ୟକର୍ତ୍ତା ମାନେ ପାଣି ଢାଳି ତେଲ ଲଗାଇ ସଫା କରିବା ପରେ ଜିଲ୍ଲା ସଭାପତି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଗୋପୀନାଥ ରାମ, କେନ୍ଦୁଝରଗଡ଼ ପୌରପାଳିକାର ପୌରାଧ୍ୟକ୍ଷା ନିକୁ ସାହୁ, ସାଂସଦ ପ୍ରତିନିଧି ହରିହର ମହାନ୍ତ, ସାଂସଦଙ୍କ ପୌରପାଳିକା ପ୍ରତିନିଧି ଶ୍ୟାମସୁନ୍ଦର ନାଏକ, ନଗର ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର, ସମ୍ପାଦକ ଦୁର୍ଗା ବାରିକ, ଉପସଭାପତି ଦୁର୍ଯ୍ୟୋଧନ ସାହୁ, କେନ୍ଦୁଝର ଲୋକସଭା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ, କାଉନସିଲର ନିହାର ଦାସ ଏବଂ କିରଣ ସୋରେନ, ସତ୍ୟନାରାୟଣ ବାରିକ, ଚିତ୍ତରଞ୍ଜନ ସାହୁ, ପ୍ରତାପ ନାଏକ, ଗଣେଶ ନାୟକ, ପ୍ରଶାନ୍ତ ସାହୁ, ଦୀନବନ୍ଧୁ ପାତ୍ର, ବାଦଲ ଦାସ, ସାଗର ଲୋହାର, ମଞ୍ଜରୀ ମୁର୍ମୁ, ଗୋପାଳଚନ୍ଦ୍ର ନନ୍ଦ, ସୁଶୀଲ ନାଏକ, ସନାତନ ମହାରଣା, ଲଳିତା ବାରିକ ତଥା ଜିଲ୍ଲା ଏବଂ ନଗର ଅନେକ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA