ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଏକ ପ୍ରତିନିଧି ଦଳ ଭଦ୍ରକ ମେଡିକାଲ ଗସ୍ତ କରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଂଚଳ ର ପୀଡିତା ନାଁ ବାଳିକା ଝିଅ କୁ ଭେଟିବା ସହ ତାଙ୍କ ପରିବାର ବର୍ଗ ଙ୍କୁ ଭେଟିଛନ୍ତି । ଜିଲ୍ଲା ସଂଯୋଜକ ଅସିତ ପଟ୍ଟନାୟକଙ୍କ ନେତୃତ୍ୱ ରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଭାପତି ବନ୍ଦିତା ପରିଡା ରାଜ୍ୟ କଂଗ୍ରେସ ର ନାରୀନେତ୍ରୀ ଅମିତା ବିଶ୍ୱାଳ, ନିରୁପମା ପାତ୍ର, ବାସନ୍ତୀ ବିଶ୍ୱାଳ,କନକ ଲତା ମଲ୍ଲିକ,ଜାନକୀ ମଲ୍ଲିକ,ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ଜିଲ୍ଲା କଂଗ୍ରେସର ମହିଳା ନେତ୍ରୀ ସବିତା ଚାନ୍ଦ, ଅମିତାବାଳା ଆଚାର୍ଯ୍ୟ ପ୍ରମୁଖ ଭଦ୍ରକ ମେଡିକାଲ ରେ ପହଂଚି ପୀଡିତା ଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ଥିଲେ । ସେହିପରି ଦିନକୁ ଦିନ ରାଜ୍ୟରେ ମହିଳା ମାନଙ୍କ ଉପରେ ବଢୁଥିବା ନିର୍ଯ୍ୟାତନା କୁ ନେଇ ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ । ନାରୀ ମାନଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି, ତୁରନ୍ତ ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ ବୋଲି ଗଣମାଧ୍ୟମ ଆଗରେ ଦାବୀ କରିଥିଲେ । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସହ ହିମାଂଶୁ ଶେଖର ବେହେରା,,ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି ପୂର୍ବତନ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ,ସରୋଜ ନାୟକ, ଭରତ ତ୍ରିପାଠୀ, କାଉନସିଲର ଫରିୟାଜ ଖାଁ, କାଉନସିଲର ହେମନ୍ତ ସାହୁ , ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସମ୍ପାଦକ ଶଶିକାନ୍ତ ଜେନା, ଗେଲପୁର ପଂଚାୟତ ଯୁବନେତା କୁଲୁ ନାୟକ ଯୁବନେତା ମନୋରଞ୍ଜନ ଦାସ,ବବି ମହାନ୍ତି,ଫୟାଜ଼ ଖାଁ,୨୪ନମ୍ବର ଯୁବ ନେତା ସୋଲେମାନ ଖାଁ,ବଳରାମ ରାଉତ, ବବଲୁ ଦାସ,ସେକ ତଇମୁର ଅଲି, ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ