ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ- - - ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ଵ-
ସୁବର୍ଣ୍ଣପୁର, 12 ଅଗଷ୍ଟ (ହି.ସ.)ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମନ୍ଦିର ମାଳିନୀ ତଥା ଦ୍ବିତୀୟ ବାରାଣସୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ପାତାଳି ଶ୍ରୀକ୍ଷେତ୍ର ରେ ପହଞ୍ଚି ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଦର୍ଶନ ପରେ ପୂଜାର୍ଚ୍ଚନା କରି ରାଜ୍ୟବାସୀ ଙ୍କ ସୁଖସମୃଦ୍ଧି ଓ ମଙ୍ଗଳ
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- - - *ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ଵ*-


ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ*- - - *ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ଵ*-


ସୁବର୍ଣ୍ଣପୁର, 12 ଅଗଷ୍ଟ (ହି.ସ.)ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମନ୍ଦିର ମାଳିନୀ ତଥା ଦ୍ବିତୀୟ ବାରାଣସୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ପାତାଳି ଶ୍ରୀକ୍ଷେତ୍ର ରେ ପହଞ୍ଚି ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଦର୍ଶନ ପରେ ପୂଜାର୍ଚ୍ଚନା କରି ରାଜ୍ୟବାସୀ ଙ୍କ ସୁଖସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ପରେ ନୂତନ ଭବ୍ୟ ମନ୍ଦିର ର ର ନିର୍ମାଣ ସ୍ଥଳିରେ ମନ୍ଦିର ର ନକ୍ସା ବ୍ୟୟ ଅଟକଳ ପ୍ରଭୃତି ତଦାରଖ କରିଥିଲେ l ପରେ ମନ୍ଦିର ଟ୍ରଷ୍ଟି ପକ୍ଷରୁ ସମଗ୍ର ପାତାଳି କ୍ଷେତ୍ରର ସାମଗ୍ରୀକ ବିକାଶ ପାଇଁ ଏକ ସାତ ଦଫା ଦାବିପତ୍ର ପ୍ରଦାନ କରଯାଇଥିଲା । ପରେ ସେ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ମାଁ ଙ୍କର ଆଶିର୍ବାଦ ନେଇଥିଲେ ତଥା ସେଠାରେ ମଧ୍ୟ ସେ ସେବାୟତ ସଂଘ ଓ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ଙ୍କ ସହ ମନ୍ଦିରର ଉନ୍ନତି ନିମନ୍ତେ ନିଆଯାଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ସେହିପରି ସୋନପୁର ସୁରେଶ୍ଵରୀ ମନ୍ଦିର ଦେବୋତ୍ତର ବା ମନ୍ଦିର କମିଟି ପକ୍ଷରୁ ସୁରେଶ୍ଵରୀ, ରାମେଶ୍ୱର ଓ ସୁବର୍ଣ୍ଣମେରୁ ମନ୍ଦିର କୁ ନେଇ ଆରମ୍ଭ ହୋଇଥିବା ଐତିହାସିକ ସ୍ଵର୍ଣ୍ଣ ତ୍ରିବେଣୀ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା, ମନ୍ଦୀର ର ଜମି ଚିହ୍ନଟ ସହ ଦେବୋତ୍ତର ପରିଚାଳିତ ଅନ୍ୟ ସବୁ ମନ୍ଦିର ର ଜମି ଚିହ୍ନଟ କରି ଜବର ଦଖଲ ଉଚ୍ଛେଦ କରିବା, ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀ ର ଭିତ୍ତିଭୂମି ର ବିକାଶ, ସ୍ଥାୟୀ ଦେବୋତ୍ତର ଅଧିକାରୀ ନିଯୁକ୍ତ, ଏକ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତ ସହ ଯାନ ବାହନ ବ୍ୟବସ୍ଥା, ସୁରେଶ୍ୱରୀ ମନ୍ଦିର ରେ କଲ୍ୟାଣ ମଣ୍ଡପ ନିର୍ମାଣ, ମହାନଦୀ ତେଲ ନଦୀର ସଙ୍ଗମ ସ୍ଥଳୀ ର ତଳ ଭାଗରେ ଏକ ଆନିକଟ ନିର୍ମାଣ ସହ ଜଳ ସଂରକ୍ଷଣ କରିବା ଓ ତେଲ ନଦୀ ଓ ମହା ନଦୀ ରୁ ପର୍ଯ୍ୟଟକ ଙ୍କ ପାଇଁ ମା ସୁରେଶ୍ଵରୀ ଗଙ୍ଗା କୁ ପାଇପ ଯୋଗେ ଜଳ ଯୋଗାଣ ପ୍ରମୁଖ ଦାବୀ ଉପ ମୂଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ l ପରେ ପରେ ଐତିହାସିକ ଶୈବ ପୀଠ ତଥା ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ପରିଦର୍ଶନ ରେ ପହଞ୍ଚି ପ୍ରଭୁ ଙ୍କ ଆଶୀର୍ବାଦ ଭିକ୍ଷା କରି ମନ୍ଦିର କମିଟି ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ସମସ୍ତ ଗସ୍ତ ସମୟରେ ପର୍ଯଟନ ସଚିବ ବଳବନ୍ତ ସିଂ , ଜିଲ୍ଲାପାଳ ଉପସ୍ଥିତ ଥିଲେ। ପରେ ସର୍କିଟ ହାଉସ ଠାରେ ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଡିଆଇଜି ହିମାଂଶୁ ଲାଲ୍, ଜିଲ୍ଲାପାଳ ନୃପରାଜ ସାହୁ , ଏସପି ଓ ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ଙ୍କ ସହ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଜିଲ୍ଲା ର ବିକାଶ ଉପରେ ସମୀକ୍ଷା କରିଥିଲେ l ଏବଂ ସହର ଓ ଜିଲ୍ଲା ର ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକ ତୁରନ୍ତ ସମ୍ପୂର୍ଣ୍ଣ କରିବା କୁ ନିର୍ଦେଶ କରି ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ ରେ ସ୍ଵଚ୍ଛତା ଆଣିବାରେ ପରାମର୍ଶ କରିଥିଲେ l ପରେ ସର୍କିଟ ହାଉସ ଠାରେ ସୁଭଦ୍ରା ଭଉଣୀ ଏବଂ ଲକ୍ଷପତି ଦିଦି ଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ଅବସରରେ କାର୍ଯ୍ୟରତ ସାମ୍ୱାଦିକ ଓ ଜିଲ୍ଲା ର ୫୦ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ପକ୍ଷରୁ ଉପ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande