ଦେଶୀ ମଦ ଓ ପୋଚ ଜବତ, ୨ଜଣ ଗିରଫ
ବାରିପଦା, ୧୨ ଅଗଷ୍ଟ (ହି.ସ.) - ବେଆଇନ ଦେଶୀ ମଦ କାରବାର ରୋକିବାରେ ବାରିପଦା ସଦର ଅବକାରୀ ବିଭାଗକୁ ସଫଳତା ମିଳିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୩୦ଲିଟର ଦେଶୀ ମଦ ଓ ୨୩୦୦ଲିଟର ପୋଚ ସମେତ ଜବତ କରାଯାଇଛି। ବେଆଇନ ମଦ କାରବାର ହେଉଥିବା ନେଇ ଅବକ
Desi Mada O Puch Jabat,


Desi Mada O Puch Jabat


Desi Mada O Puch Jabat,  2 Giraf


ବାରିପଦା, ୧୨ ଅଗଷ୍ଟ (ହି.ସ.) - ବେଆଇନ ଦେଶୀ ମଦ କାରବାର ରୋକିବାରେ ବାରିପଦା ସଦର ଅବକାରୀ ବିଭାଗକୁ ସଫଳତା ମିଳିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୩୦ଲିଟର ଦେଶୀ ମଦ ଓ ୨୩୦୦ଲିଟର ପୋଚ ସମେତ ଜବତ କରାଯାଇଛି। ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା। ଏନେଇ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କଁହରଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ସଦର ଅବକାରୀ ଥାନା ଟିମ ଚଢ଼ାଉ କରି ଦେଶୀ ମଦ ଜବତ କରିଛି। ଏହା ସହିତ ୨ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ରହିଛି। ଗିରଫ ଅଭିଯୁକ୍ତ ୨ଜଣ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ବେତନା ଅଂଚଳର କାଶୀନାଥ ହେମ୍ବ୍ରମ(୪୭) ଓ ଦାମୋଦରପୁର ଅଂଚଳର ମାନସିଂ ହାଁସଦା(୫୮)। ଏନେଇ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଚଢ଼ାଉ ସମୟରେ ବାରିପଦା ସଦର ଅବକାରୀ ଥାନାର ଇନ୍ସପେକ୍ଟର ସ୍ୱପ୍ନାରାଣୀ ସାହୁ, ମୋବାଇଲ ୟୁନିଟର ସଞ୍ଜୟ କାଣ୍ଡି, ଓଆଇସି ବ୍ରଜମୋହନ ମଲ୍ଲିକ, ଓଆଇସି ପ୍ରଦୀପ କୁମାର ବେହେରା, ପ୍ରହ୍ଲାଦ ବିଶ୍ୱାଳ, ରଜନୀକାନ୍ତ ବେହେରା, ଦିବ୍ୟାନଶୁ ପଣ୍ଡା, ଦେବରାଜ ବେହେରା, ହେମନ୍ତ ପାତ୍ର, ସବିତା ମହାନ୍ତ ଏବଂ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande