କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ପୁଲିସ ଜଣେ ଦେଶୀ ଚୋରା ମଦ ବେପାରିକୁ ଗରଫ କରିବା ସହ ତା ନିକଟରୁ ୮ଲିଟର ଦେଶୀ ମଦ ଜବତ କରିଛି । ପ୍ରକାଯେ ପାଣିକୋଇଲି ଥାନା ପକ୍ଷରୁ ସନ୍ଧ୍ୟା ପେଟ୍ୟୋଲିଂଗ ସମୟରେ ସଠିପୁର ସାଇନ୍ସପାର୍କ ନିକଟରୁ ଦେବଶୀ ମଦ ଜବତ କରିବା ସହ ବେପାରିକୁ ଗରଫ କରିଛି । ପ୍ରକାଶଯେ ପୁଲିସ ସନ୍ଧ୍ୟା ପେଟ୍ରୋଲିଂ ସମୟରେ ସଠିପୁର ଠାରେ ବେଆଇନ ଚୋରା ଦେଶୀ ମଦ କାରବାର ଖବର ପାଇ ଚଢାଉ କରିଥିଲା । ସେଠାରେ ସୁକିନ୍ଦା ଥାନା ଅନ୍ତର୍ଗତ ପଣସାପାଳ ଗ୍ରାମର ପ୍ରଧାନ ଶୁଣ୍ଡିଙ୍କ ପୁଅ ଶ୍ୟାମ ସୁଣ୍ଡିକୁ(୨୩)କୁ ସେନ୍ଦେହ ଜନକ ଭାବେ ବୁଲୁଥିବାର ଦେଖି ଧରିଥିଲେ । ତା ନିକଟରୁ ୪୦ ବୋତଲ ଆସ୍କାଫିଟି ଦେଶୀ ମଦ ଧରାଯାଇଥିଲା । ତାକୁ ମଦ ସହ ଧରି ଥାକୁ ଆଣିବା ପରେ ଏକ ମାମଲା ୨୬୭/୨୫ ରୁଜ୍ଜୁ କରାଯାଇ ତାକୁ ଗିରଫ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ