ବାରିପଦା, ୧୨ ଅଗଷ୍ଟ (ହି.ସ.)- ବିଶ୍ୱ ହସ୍ତୀ ଦିବସ ଅବସରରେ ଲୋକଙ୍କ ମଧ୍ୟରେ ହାତୀ ସୁରକ୍ଷାର ବାର୍ତ୍ତା ଦେବାକୁ ବନ ବିଭାଗ ପକ୍ଷରୁ ନିଆରା ପ୍ରୟାସ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦ୍ଵାରା ଜଙ୍ଗଲ ମଧ୍ୟରେ ଥିବା କୁଙ୍କି ହାତୀଙ୍କୁ ପୂଜା କରି ଦିବସ ପାଳିଛନ୍ତି। ବନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ନିଆରା ଢଙ୍ଗରେ ଏହି ଦିବସକୁ ପାଳନ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅନ୍ତର୍ଗତ ହାତୀଗଡ଼ ଠାରେ ପୂଜା ହୋଇଛି। ବନ ବିଭାଗ କର୍ମଚାରୀ ମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଗତ ୧ ବର୍ଷ ୬ ମାସ ହେବ କୌଣସି ହାତୀ ଶିକାର ହୋଇନାହିଁ। ସ୍ୱାଭାବିକ ଭାବେ ଯାହା ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଲୋକଙ୍କ ମଧ୍ୟରେ ହାତୀ ପ୍ରତି ଭଲ ପାଇବା ବୃଦ୍ଧି କରିବାକୁ ନିଆରା ପ୍ରୟାସ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ