ଗୋଟିଏ ରାତିରେ ୩ ଟି ଟ୍ରାନ୍ସଫରରୁ କଏଲ ଚୋରି
ଗୋଟିଏ ରାତିରେ ୩ ଟି ଟ୍ରାନ୍ସଫରରୁ କଏଲ ଚୋରି
ଗୋଟିଏ ରାତିରେ ୩ ଟି ଟ୍ରାନ୍ସଫରରୁ କଏଲ ଚୋରି


ସମ୍ବଲପୁର, ୧୨ ଅଗଷ୍ଟ (ହି.ସ.)

ଏଵେ ଅଞ୍ଚଳରୁ ଦୈନନ୍ଦିନ ଟ୍ରାନ୍ସଫରରୁ କଏଲ ଚୋରି ଗୋଟେ ନିତ୍ୟ ଘଟଣାରେ ପରିଣତ ହେବାରେ ଲାଗିଛି l ଗତ କିଛିଦିନ ତଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଗୁଣ୍ଡୁରୁଚୁଆ, କେନାଢ଼ୀପା ଭଳି ଅନେକ ସ୍ଥାନରେ କଏଲ ଚୋରି ହୋଇଥିବା ବେଳେ ୩ ଦିନତଳେ ବଡ଼ମାଲ ପଂଚାୟତ ର ୩ ଟି ସ୍ଥାନର ଟ୍ରାନ୍ସଫରମର ରୁ କଏଲ ଚୋରି ହୋଇଥିବା ଗ୍ରାମବାସୀ ଙ୍କ ଅଭିଯୋଗ ହୋଇଛି l

ଜମନକିରା ବ୍ଲକ ବଡ଼ମାଳ ପଂଚାୟତ ବଡ଼ମାଳ ଗୁନ୍ଦଲପାଣି ରୁ ୧ ଗୋଟି ଏବଂ ସୁଦବଲଅଣ୍ଡା କଲଣିପଡ଼ା ର ୨ ଟି ଟ୍ରାନ୍ସଫରମର ରୁ କଏଲ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି l ଗତ ୯ ତାରିଖ ରାତି ୧ ରୁ ୨ ଟା ମଧ୍ୟରେ ଏହି ତିନୋଟି ସ୍ଥାନ ରୁ କଏଲ ଚୋରି ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ ରହୁଥିବା ବେଳେ ଗ୍ରାମର ଡିଲେଶ୍ୱର ଧୂରୁଆ, ବଣ୍ଟି ନାଏକ, ରମେଶ ମୁଣ୍ଡା ପ୍ରମୁଖ ଏକ ଲିଖିତ ଅଭିଯୋଗ ନେଇ ଜମନକିରା ବିଦ୍ୟୁତ ବିଭାଗ ଯନ୍ତ୍ରୀ ଙ୍କୁ ଅବଗତ କରାଇଛନ୍ତି l ଦୈନନ୍ଦିନ ଏହିଭଳି ଅନେକ ଅଂଚଳ ଟ୍ରାନ୍ସଫରମର କଏଲ ଚୋରି ହେଉଥିବା ବେଳେ ଏତେ ମାତ୍ରା ରେ କଏଲ ଚୋରି କରି ଚୋର କେଉଁଠି ଏହା ବିକ୍ରି କରୁଛନ୍ତି ତାହା ଏକ ବଡ଼ ପ୍ରଶ୍ନ l ଲୋକଙ୍କ ଅଭିଯୋଗ କ୍ରମେ ଏହି ସବୁ କଏଲ ଚୋରି ହଇ କବାଡିଖାନା(ଗୋଦାମ ) ରେ ବିକ୍ରି ହେଉଥିବା ବେଳେ ବିଭାଗ ତଥା ପୋଲିସ ପ୍ରଶାସନ ଏଠି ଚଢ଼ାଉ କଲେ ଉଚିତ ତଥ୍ୟ ମିଳିଯିବ ବୋଲି ଲୋକଙ୍କ ମତ ରହୁଛି l ତୁରନ୍ତ ବିଭାଗ ପକ୍ଷରୁ ଏହି କଏଲ ଚୋରି ଘଟଣା କୁ ନେଇ ପୋଲିସ ପ୍ରଶାସନ କୁ ଏକ ଲିଖିତ ଅଭିଯୋଗ ଦେଇ ଏହି ଦିଗରେ ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ଦାବୀ ହେଉଛି l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande