ଏଚ.ଆଇ.ଭି./ ଏଡ୍‌ସ ଓ ଯୌନ ସଂକ୍ରମଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ
ବଲାଙ୍ଗିର, ୧୨ ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗୀର ଏଚ୍.ଆଇ.ଭି. / ଏଡ୍‌ସ ଓ ଯୌନ ସଂକ୍ରମଣ ଜନିତ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସରକାର ବାଳିକା ମହାବିଦ୍ୟାଳୟରେ ଉଦ୍‌ଘାଟିତ କରାଯାଇଛି । ଏହି ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ
ଏଚ.ଆଇ.ଭି./ ଏଡ୍‌ସ ଓ ଯୌନ ସଂକ୍ରମଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ


ଏଚ.ଆଇ.ଭି./ ଏଡ୍‌ସ ଓ ଯୌନ ସଂକ୍ରମଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ


ବଲାଙ୍ଗିର, ୧୨ ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗୀର ଏଚ୍.ଆଇ.ଭି. / ଏଡ୍‌ସ ଓ ଯୌନ ସଂକ୍ରମଣ ଜନିତ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସରକାର ବାଳିକା ମହାବିଦ୍ୟାଳୟରେ ଉଦ୍‌ଘାଟିତ କରାଯାଇଛି । ଏହି ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଅରବିନ୍ଦ କୁମାର ଓଝା, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା.ସିଧେଶ୍ଵର ମାଝୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି ଓ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥାର ଅଧିକାରୀ ଶ୍ରୀ ହେମନ୍ତ କୁମାର ଦାଶ, ରେଡ଼କ୍ରସ୍‌ର ଅଧିକାରୀ ସୁଶ୍ରୀ ସଙ୍ଗୀତା ଦାସ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ତା.୧୧-୧୦-୨୦୨୫ରେ ସମାସ୍ତ ହେବ । ଏହି ଦୁଇ ମାସ କାର୍ଯ୍ୟ ମଧ୍ୟରେ ବିଭିନ୍ନ ବର୍ଗର ଜନସାଧାରଣ ମାନଙ୍କୁ ଓ ବ୍ୟକ୍ତି ବିଶେଷ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସଚେତନ କରାଯିବ। ଗ୍ରାମାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ବିଶେଷ, କଲେଜ ଛାତ୍ର/ଛାତ୍ରୀ, ପଞ୍ଚାୟତରାଜ ପ୍ରତିନିଧ‌ି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ/ ସଦସ୍ୟା ମାନଙ୍କୁ ସଚେତନ କରାଯିବ । ଏଚ୍.ଆଇ.ଭି. / ଏଡ୍‌ସ ଓ ଯୌନ ସଂକ୍ରମଣ ଜନିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ । ଆଜିର କର୍ମଶାଳାରେ ମହାଦିଦ୍ୟାଳୟର ଅଧ୍ୟକ୍ଷ ଡା. ଅରବିନ୍ଦ କୁମାର ଓଝା ସ୍ବାଗତ ଭାଷଣ ଦେଇଥିଲେ । ଏଡ୍‌ସ ପ୍ରକଳ୍ପର ଅଧିକାରୀ ଶ୍ରୀ ଦାଶ ଏଚ୍.ଆଇ. ଭି / ଏଡ୍‌ସ ଓ ଯୌନ ସଂକ୍ରମିତ ରୋଗର କାରଣ ଓ ଏହାର ପ୍ରତିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଚ୍. ଆଇ. ଭି / ଏଡ୍‌ସ ନିରାକରଣ କ୍ଷେତ୍ରରେ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ । ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା. ମାଝୀ ଏଚ୍.ଆଇ. ଭି ଓ ଯକ୍ଷ୍ମା ସମ୍ପର୍କରେ ଆଲୋକପାତ କରିଥିଲେ । ଡା. ଦିବ୍ୟକିଶୋର ପତି ଏଚ୍.ଆଇ.ଭି ର ପରୀକ୍ଷା ଓ ପରାମର୍ଶ ସମ୍ପର୍କରେ ବୁଝାଇ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧୁକାରୀ ଡାକ୍ତର ରମେଶ ଚନ୍ଦ୍ର ସାହୁ ଆନ୍ତର୍ଜାତିକ ଯୁବ ଦିବସ ସମ୍ପର୍କରେ ଓ ଯୁବଗୋଷ୍ଠୀର ସମାଜ ଚଠନ ଦିଗରେ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଓ ବିଭିନ୍ନ ପ୍ରକାର ମାଧ୍ୟମରେ ଏଚ୍.ଆଇ.ଭି. କିପରି ବ୍ୟାପେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍‌ର ଅଧିକାରୀ ସୁଶ୍ରୀ ସଙ୍ଗୀତା ଦାସ ଓ ସରଦର ମାଝୀ ଏହି କର୍ମଶାଳାରେ ନିଜର ସୁଚିନ୍ତିତ ମତାମତ ପୋଷଣ କରିଥିଲେ। ଏହି କର୍ମଶାଳାରେ ୭୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାକୁ ଜିଲ୍ଲା ଏଡ଼ସ ନିୟନ୍ତ୍ରଣ ସମିତିର ସଦସ୍ୟ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ଵାଳ ଓ ଶ୍ରୀ ସଂଜୀବ କୁମାର କାନୁନଗୋ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande