ହାଇସ୍କୁଲ ପିଅନ୍‌ଙ୍କ ନାଁରେ ଅସଦାଚରଣ ଅଭିଯୋଗ, ଫେରାଦ୍ ହେଲା ପାଚିକା ସଂଘ
କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ସହରାଞ୍ଚଳର ଏକ ହାଇସ୍କୁଲର ପିଅନଙ୍କ ନାଁରେ ଅସଦାଚରଣ ଅଭିଯୋଗ ଉଠିଛି । ସମ୍ପୃକ୍ତ ପିଅନ ପାଚିକାଙ୍କୁ ବିଭିନ୍ନ ସମୟରେ ହଇରାଣ କରିବା ସହ ଅସଦାଚରଣ କରୁଥିବା ପାଚିକା ସଂଘ ଅଭିଯୋଗ ଆଣିଛି । ବିଇଓ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତ
ହାଇସ୍କୁଲ ପିଅନ୍‌ଙ୍କ ନାଁରେ ଅସଦାଚରଣ ଅଭିଯୋଗ, ଫେରାଦ୍ ହେଲା ପାଚିକା ସଂଘ


କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ସହରାଞ୍ଚଳର ଏକ ହାଇସ୍କୁଲର ପିଅନଙ୍କ ନାଁରେ ଅସଦାଚରଣ ଅଭିଯୋଗ ଉଠିଛି । ସମ୍ପୃକ୍ତ ପିଅନ ପାଚିକାଙ୍କୁ ବିଭିନ୍ନ ସମୟରେ ହଇରାଣ କରିବା ସହ ଅସଦାଚରଣ କରୁଥିବା ପାଚିକା ସଂଘ ଅଭିଯୋଗ ଆଣିଛି । ବିଇଓ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଇଓ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସମ୍ପୁକ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକ ପାଚିକା ରୋଷେଇ କରିବା ପାଇଁ ନାହାନ୍ତି । ଯାହାକୁ ନେଇ ପାଚିକାମାନେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଅଧିକ ପାଚିକା ନିଯୁକ୍ତି ପାଇଁ ଦାବି ହୋଇଛି । ତେବେ ତାଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ଯେଉଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଯିତ କରାଯାଇଛି ସେ ତାଙ୍କୁ ଅସଦାଚରଣ କରୁଛନ୍ତି । ଗତକାଲି ପାଚିକାମନେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରୋଷେଇ କରିବା ପାଇଁ ମନା କରି ଦେଇଥିଲେ । ବିଇଓ କହିଛନ୍ତି ଯେ, ଆମେ ଏନେଇ ଅଭିଯୋଗ ପାଇଛୁ । ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୂଆ ପାଚିକା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଅନ୍ୟ କାହାକୁ ପାଚିକା ନିଯୁକ୍ତି କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande