ହାଇୱା ଚକା ତଳେ ସ୍କୁଟି ଆରେହୀ ଗୁରୁତର ଅବସ୍ଥାରେ ଉଦ୍ଧାର
କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପରୁ ପାଣିକୋଇଲି ମଧ୍ୟରେ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏକ ହାଇୱା ଚକା ତଳୁ ସ୍କୁଟି ଆରୋହୀ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରକାଶଯେ ଆଜି ସକାଳେ ସଠିପୁର ପଟୁ ଆସୁଥିବା ଏକ ହାଇୱା ( ଓଡି୨୨ଏବି ୮୫୯୫)ଭା
ହାଇୱା ଚକା ତଳେ ସ୍କୁଟି ଆରେହୀ ଗୁରୁତର ଅବସ୍ଥାରେ ଉଦ୍ଧାର


କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଷଠିପରୁ ପାଣିକୋଇଲି ମଧ୍ୟରେ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏକ ହାଇୱା ଚକା ତଳୁ ସ୍କୁଟି ଆରୋହୀ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରକାଶଯେ ଆଜି ସକାଳେ ସଠିପୁର ପଟୁ ଆସୁଥିବା ଏକ ହାଇୱା ( ଓଡି୨୨ଏବି ୮୫୯୫)ଭାରତ ପେଟ୍ରୋଲପମ୍ପକୁ ତେଲପାଇ ପାଇଁଯିବାରୁ ସମ୍ନାରୁ ଆସୁଥବା ଏକ ସ୍କୁଟି ( ଓଡି୦୨ସିକେ ୨୯୫୬) ହାଇୱାର ପଛ ଚକା ତଳେ ସ୍କୁଟି ସହ ଆରୋହୀ ପଶିଯାଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ପୁଲିସ ପହଂଚି ହାଇୱା ଓ ସ୍କୁଟିକୁ ଜବତ କରିଛି । ସ୍ମୁଟି ଚାଳକ ଭୁବନେଶ୍ୱର ପଟିଆ ରେଲୱ ଷ୍ଟେସନ ଅଂଚଳର ନିହାର ପାତ୍ରୀଙ୍କ ପୁଅ ରାଧାକାନ୍ତ ପତ୍ରୀ (୫୪) ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande