କୋରେଇ, ୧୨ ଅଗଷ୍ଟ (ହି.ସ.) - ପାଣିକୋଇଲି ଗୋଳେଇ ଛକରେ ଏକ ହାଇୱା ଧକ୍କାରେ ସୋମବାର ଜଣେ ଲେକର ମୃତ୍ୟୁଘଟିଥିଲା । ଆଜି ପୁଲିସ ଉକ୍ତ ହାଇସ୍ୱା ଚାଳକ ଯାଜପୁର ଥାନା ଗୁରୁଦାସପୁର ଗ୍ରାମର ପ୍ରଦୀପ ଜେନାଙ୍କ ପୁଅ ରମେଶ ଜେନା (୩୭)କୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ବୁଦ୍ଧଦେବ ସାହୁ ଧନପୁର ଠାରେ ଥିବା ଟାଟା ମୋଟର୍ସରେ କାର୍ଯ୍ୟରତ ଥିବା ପାଣିକୋଇଲି ଅଂଚଳରେ ଭଡ଼ା ନେଇ ରହୁଥିଲେ। ସବୁଦିନ ବୁଦ୍ଧଦେବ ନିଜ ସାଇକେଲ ଯୋଗେ କର୍ମକ୍ଷେତ୍ରକୁ ଯାଆନ୍ତି । ତେବେ ସେମବାର ସକାଳେ ସେ ସୋରୁମକୁ ଯିବା ସମୟରେ ପାଣିକୋଇଲି ବଜାର ଉପରେ ସଠିପୁର ପଟୁ ଏକ ଦ୍ରୁତଗାମୀ ହାଇୱା (ଓଡ଼ି୩୪ଏକ୍ସ ୪୦୪୯) ଓଭରବ୍ରିଜ ତଳୁ ବାହାରି ବୁଦ୍ଧଦେବଙ୍କୁ ଧକ୍କା ଦେବା ସହିତ ତାଙ୍କ ଉପରେ ଚଢି ଯାଇଥିଲା। ହେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଥାନାରେ ଏକ ମାମଲା ଋଜୁ କରି ହାଇୱା ଓ ଚାଳକକୁ ଥାନାରେ ଅଟକ ରଖିଥିଲା । ଆଜି ଉକ୍ତ ଚାଳକକୁ ଅଦାଲତ ଚାଲାଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ