ରାସ୍ତା କଡରେ ଥିବା ପରିବା ବିକାଳି ତୁରନ୍ତ ସ୍ଥାନ ଖାଲି କରି ଦ୍ଵିତୀୟ ଦୈନିକ ବଜାରକୁ ଯିବାକୁ ନିର୍ଦ୍ଦେଶ ଦେଲେ ପୌରପାଳିକା
ଜୟପୁର, ୧୨ ଅଗଷ୍ଟ (ହି.ସ.)- ଜୟପୁର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରାସ୍ତା କଡରେ ଥିବା ପରିବା ବିକାଳି ଓ ଉଠା ଦୋକାନିଙ୍କୁ ତୁରନ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୌରପାଳିକା । ଦ୍ୱିତିୟ ଦୈନିକ ବଜାରକୁ ସ୍ଥାନାନ୍ତିରିତ ହେବାକୁ ଦେଲେ ନିର୍ଦ୍ଦେଶ । ଏନେଇ ଆଜି ଜୟପୁର ଉ
ରାସ୍ତା କଡରେ ଥିବା ପରିବା ବିକାଳି   ତୁରନ୍ତ ସ୍ଥାନ ଖାଲି କରି  ଦ୍ୱିତିୟ ଦୈନିକ  ବଜାରକୁ ଯିବାକୁ ନିଦ୍ଦେଷ  ଦେଲେ ପୌର ପାଳିକା


ଜୟପୁର, ୧୨ ଅଗଷ୍ଟ (ହି.ସ.)- ଜୟପୁର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରାସ୍ତା କଡରେ ଥିବା ପରିବା ବିକାଳି ଓ ଉଠା ଦୋକାନିଙ୍କୁ ତୁରନ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୌରପାଳିକା । ଦ୍ୱିତିୟ ଦୈନିକ ବଜାରକୁ ସ୍ଥାନାନ୍ତିରିତ ହେବାକୁ ଦେଲେ ନିର୍ଦ୍ଦେଶ । ଏନେଇ ଆଜି ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ ରଜାନହର ଠାରୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ସଚେତନ କରି କହିଥିଲେ । ଏଠାରେ ଅମିନ, ଅଭିନାଶ ସାନ୍ତ୍ରାପାତ୍ର, ଶୁଭସ୍ମିତା ଜେନା, ଓମକାର ସିଂ,ସତ୍ୟ ନାରାୟଣ ପାତ୍ର ସହ ଟାଉନ ପୋଲିସ ଉପସ୍ଥିତ ଥିଲେ । ଯଦି ସେମାନେ ନଉଠିବେ ତାହା ହେଲେ ପୌରପାଳିକା ଆଗାମି ଦିନରେ ପନିପରିବା ଉଠାଇ ନେବେ । ପୌର ପ୍ରଶାସନର ନିର୍ଦ୍ଦେଶକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଭିତ୍ତିଭୂମି ଯୋଗାଇ ସ୍ଥାନାନ୍ତରିତ କରିବାକୁ କହିବା ସହ ଟ୍ରାଫିକ ସମୟରେ ଆସି ସମସ୍ୟା ସମାଧାନ କରିବାକୁ କହିଥିଲେ । ଏମତିକି ବଡ ବଡ ଦୋକାନ ମାନେ ପାର୍କିଙ୍ଗ ନଥାଇ ବ୍ୟବସାୟ କରୁଛନ୍ତି ଏମ ଜି ରୋଡରେ ରାସ୍ତା ଉପରକୁ ଚାଲି ଆସିଛନ୍ତି । ନିୟମ ସମସ୍ତଙ୍କ ପାଇଁ ସମାନ ରହୁ ବୋଲି ବିଜେପି ନେତା ରବିନ୍ଦ୍ର ମହାପାତ୍ର ଦାବି କରି ଯୁକ୍ତି କରିଥିଲେ । ପରେ ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତଙ୍କ ସହ ସ୍ଥାନିୟ ବାସିନ୍ଦାଙ୍କୁ ଯୁକ୍ତିତର୍କ ହୋଇଥିଲା । ଗରିବ ଲୋକ ମାନେ ରାସ୍ତା କଡରେ ବିକ୍ରି କରୁଛନ୍ତି ସେମାନଙ୍କୁ ହଇରାଣ ନକରିବାକୁ ଦାବି କରିଥିବା ବେଳେ ପ୍ରଶାସନ ଦ୍ଵିତୀୟ ଦୈନିକ ବଜାରରେ ସବୁ ବ୍ୟବସ୍ଥା କରାଯାଇଛି ସେଠାରେ ବିକ୍ରି କରିବାକୁ ପୌର ପ୍ରଶାସନ ପରାମର୍ଶ ଦେଇଥିଲେ । କେତେକ ପରିବା ବିକାଳି ଆମେ ୫୦ ରୁ ୬୦ ବର୍ଷ ହେବ ଏଠାରେ ପନିପରିବା ବିକ୍ରି କରୁଛୁ । ସକାଳୁ ଆସି ୧୨ଟାରେ ଚାଲି ଯାଉଛି । ଆମକୁ ମାରିଲେ ମଧ୍ୟ ହଟିବୁ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande