କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ କ୍ରୁମିନାଶକ ଔଷଧ ବଂଟନ କରାଯାଇଛି। ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା। ସ୍ୱାସ୍ଥ୍ୟ କର୍ମଚାରୀ ମନୋଜ କୁମାର ଜେନା, ନୃସିଂହ ମହାନ୍ତ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାତୀ ସୁଚରିତା ବିଶ୍ୱାଳ କୃମି ନାଶକ ଔଷଧ ସେବନର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ କାର?୍ୟ୍ୟକ୍ରମରେ ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁ, ଚନ୍ଦ୍ରଶେଖର ଭୁଁୟା, ରତ୍ନାକର ମହାନ୍ତ, ହେମନ୍ତ ମିଶ୍ର ପ୍ରାଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ, କାଂଚନ ଲତା ସାହୁ ଏବଂ ଅଣଶିକ୍ଷକ କର୍ମଚାରୀ ମୂରଲୀଧର ନାୟକ,ପ୍ରଫୁଲ୍ଲ ଦଣ୍ଡପାଟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA