ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ଆଜି ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗେଟ୍ ନିକଟରେ ଥିବା ଏକ ଘରୋଇ ମେସରେ +୩ ପ୍ରଥମ ବର୍ଷର ଛାତ୍ରୀ ବାଥରୁମ୍ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ବିଷୟ ସହରରେ ଚର୍ଚ୍ଚରେ ବିଷୟ ହୋଇଛି। ପ୍ରାପ୍ତ ଅନୁସାରେ ମୃତ ଛାତ୍ରୀ ଜଣଙ୍କ ବାସୁଦେବପୁର ଥାନା ଲୁଙ୍ଗା ଅଂଚଳର ପୁଷ୍ପାରାଣୀ ମଲ୍ଲିକ । ସେ ଭଦ୍ରକ କଲେଜରେ ଯୁକ୍ତ ୩ରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସୋମବାର ଦିନ ଗାଁରୁ ଫେରିଥିଲେ । ମଙ୍ଗଳବାର ସକାଳୁ କ୍ଲାସକୁ ଯାଇଥିଲେ । କ୍ଲାସରୁ ଫେରି ରୁମ୍ରେ ଥିଲେ। ଏହାପରେ ରୁମ୍ ପାଖରେ ଥିବା ଛାତ୍ରୀଙ୍କ ମତରେ, ଦୁଇ ଜଣ ସାଥୀ ତାଙ୍କୁ ଭେଟିବା ପାଇଁ ଆସିଥିଲେ। ପୁଷ୍ପା ବାଥ୍ ରୁମ୍ ଯାଇଥିଲେ। ଭିତର ପଟୁ କବାଟ ବନ୍ଦନଥିଲା । ବହୁ ସମୟ ଧରି ନଆସିବାରୁ ବାଧ୍ୟ ହୋଇ କବାଟ ଖୋଲିଥିଲେ। ହେଲେ ସେତେବେଳକୁ ପୁଷ୍ପାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଓ ସହରାଂଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଏହି ଘଟଣା ପଛରେ ପ୍ରେମ ସଂପର୍କ ରହିଥିବା ବିଷୟ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟପଟେ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ପୁଲିସ୍।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ