ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ)- ବିଭିନ୍ନ ଯୋଗାଯୋଗ କ୍ଷେତ୍ରରେ ହରିଜନ ଶବ୍ଦ ବ୍ୟବହାର ହେବନି। ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ ଯୋଗାଯୋଗରୁ ହଟିବ ହରିଜନ ଶବ୍ଦ। ହରିଜନ ଶବ୍ଦ ବ୍ୟବହାର ନ କରିବା ପାଇଁ ଓଡିଶା ମାନବାଧିକାର କମିଶନ ବା ଓଏଚଆରସି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କଡ଼ାକଡ଼ି ପାଳନ ହେବ। ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ‘ହରିଜନ' ଶବ୍ଦଟି କୌଣସି ସରକାରୀ ଯୋଗାଯୋଗରେ ବ୍ୟବହାର ହେବନି। ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନରେ ମଧ୍ୟ ବ୍ୟବହାର ହେବନି। ଏହି କ୍ଷେତ୍ରରେ କେବଳ ସାମ୍ବିଧାନିକ ଶବ୍ଦ ‘ଅନୁସୂଚିତ ଜାତି' ବ୍ୟବହାର ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା