ନୃତ୍ୟାଶା'ର ୭ମ ବାର୍ଷିକ ଉତ୍ସବ - ବିମୁଗ୍ଧ କଲା କୁନି ଶିଳ୍ପୀଙ୍କ ଚମତ୍କାର ଓଡିଶୀ
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ)- ଭଞ୍ଜକଳା ମଣ୍ଡପରେ କୁନି ଓଡିଶୀ ଶିଳ୍ପୀଙ୍କ ଚମତ୍କାର ଓଡିଶୀ ନୃତ୍ୟରେ ବିମୁଗ୍ଧ ହୋଇଛନ୍ତି ଦର୍ଶକ । ଗଗତକାଲି ସନ୍ଧ୍ୟାରେ ଓଡ଼ିଶାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ''ନୃତ୍ୟାଶା''ର ୭ମ ଉତ୍ସବରେ କୁନି ଶିଳ୍ପୀଙ୍କ ଦଳଗତ ମଙ୍ଗଳାଚରଣ,ଲାଜେ ମୁଁ, କେଳେ ଛନ୍ଦ, ମୋ ଜଗାକାଳିଆ
ନୃତ୍ୟାଶା'ର ୭ମ ବାର୍ଷିକ ଉତ୍ସବ - ବିମୁଗ୍ଧ କଲା କୁନି ଶିଳ୍ପୀଙ୍କ ଚମତ୍କାର ଓଡିଶୀ


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ)- ଭଞ୍ଜକଳା ମଣ୍ଡପରେ କୁନି ଓଡିଶୀ ଶିଳ୍ପୀଙ୍କ ଚମତ୍କାର ଓଡିଶୀ ନୃତ୍ୟରେ ବିମୁଗ୍ଧ ହୋଇଛନ୍ତି ଦର୍ଶକ । ଗଗତକାଲି ସନ୍ଧ୍ୟାରେ ଓଡ଼ିଶାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ 'ନୃତ୍ୟାଶା'ର ୭ମ ଉତ୍ସବରେ କୁନି ଶିଳ୍ପୀଙ୍କ ଦଳଗତ ମଙ୍ଗଳାଚରଣ,ଲାଜେ ମୁଁ, କେଳେ ଛନ୍ଦ, ମୋ ଜଗାକାଳିଆରେ, ବସନ୍ତ ପଲ୍ଲବୀ, ଆହେନିଳମଣୀ, ନବଦୁର୍ଗା, ଲୋକ ନୃତ୍ୟ, ମୀରା ପଟ୍ଟନାୟକଙ୍କଏକକ ଅଭିନୟ ଓ ଦଳଗତଭାବେ ଜଗନ୍ନାଥ ଭଜନରେ କୁନି ପ୍ରତିଭାମାନେ ତାଙ୍କର ଶ୍ରେଷ୍ଟ ସୃଜନଶୀଳତାକୁ ପ୍ରତିପାଦିତ କରି ଦର୍ଶକଙ୍କ ମନ କିଣିଥିଲେ। ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ନୃତ୍ୟାଶାର ଶିଳ୍ପୀ ମାନେ ଅନେକ ଜାଗାରେ ନୃତ୍ୟ ପରିବେଷଣ କରି ଓଡିଶୀ ନୃତ୍ୟ ପାଇଁ ଆଣିଛନ୍ତି ଅନେକ ପ୍ରସିଦ୍ଧି । ଏହି ଅବସରରେ ଅତିଥ୍ ମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ଜଣେ ବିଶିଷ୍ଟ ଗୁରୁ ଅର୍ଥାତ୍ 'ରୁଦ୍ରାକ୍ଷ ଫାଉଣ୍ଡେସନ୍‌' ଭଳି ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନର ପ୍ରତିଷ୍ଠାତା “ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଙ୍କୁ ନୃତ୍ୟଶା ସମ୍ମାନ -୨୦୨୫ ରେ ସମ୍ମାନିତ କରାଯାଇଥିଲା । ଉତ୍ସବରେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶରେ ରୁଦ୍ରାକ୍ଷ ଅନୁଷ୍ଠାନର ଦୁଇଜଣ ସଫଳ ନୃତ୍ୟଶିଳ୍ପୀ ସନ୍ତୋଷ ରାମ ଏବଂ ସମୀର ପାଣିଗ୍ରାହୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ଏତତ୍ ପରେ ‘ନୃତ୍ୟାଶା’ ଅନୁଷ୍ଠାନର ଶିଳ୍ପୀ ମାନଙ୍କୁ ନେଇ ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସମସ୍ତ କାର୍ଯ୍ୟକୁ ଇଂ.ଶ୍ରୀନିବାସ ଘଟୁଆରୀ (ମିଲନ୍‌) ସଂଯୋଜିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande