ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ପୁଲିସ ପକ୍ଷରୁ ସଚେତନତା କର୍ମଶାଳା
କେନ୍ଦୁଝର, 12 ଅଗଷ୍ଟ (ହି.ସ.) ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ନାରୀ ସୁରକ୍ଷା ସମ୍ପର୍କରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦେଖା ଦେଇଥିବା ଛାତ୍ରୀ ନିର୍ଯ୍ୟାତନା,ଆନ୍ତ ଦାହ ଭଳି ଘଟଣା ରେ କିପରି ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖିବେ
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ପୁଲିସ ପକ୍ଷରୁ ସଚେତନତା କର୍ମଶାଳା


କେନ୍ଦୁଝର, 12 ଅଗଷ୍ଟ (ହି.ସ.) ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ନାରୀ ସୁରକ୍ଷା ସମ୍ପର୍କରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦେଖା ଦେଇଥିବା ଛାତ୍ରୀ ନିର୍ଯ୍ୟାତନା,ଆନ୍ତ ଦାହ ଭଳି ଘଟଣା ରେ କିପରି ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖିବେ ଓ ସଚେତନ ରହିବେ ଆତ୍ମହତ୍ୟା ଭଳି ହୀନ କାର୍ଯ୍ୟ ଠାରୁ ଦୁରେଇ ରହିବେ ସେ ସମ୍ପର୍କରେ ସବିଶେଷ ସଚେତନତା ସହ ଶିଶୁ ,ଛାତ୍ରୀ ,ଯୁବତୀ ଓ ମହିଳା ମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ପୋସ୍କୋ ଆଇନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରା ଯାଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭା ରେ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର,ପାଟଣା ଥାନାଧିକାରୀ ମାନସ କୁମାର ମହାକୁଳ,ପ୍ରାଧ୍ୟାପକ ଜଗନ୍ନାଥ ମହାନ୍ତ, ଓ ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ,ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗଦେଇ ଶିଶୁ ଛାତ୍ରୀ, ଯୁବତୀ, ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ର କାରଣ ଓ ନିରାକରଣ ପାଇଁ ଥିବା ଆଇନ ବ୍ୟବସ୍ଥା ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଆଇ ସି ସି କର୍ମକର୍ତ୍ତା ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଅଧ୍ୟାପିକା ସୁନ୍ନତା ଶୋଭାଲିନ ମହାପାତ୍ର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏସଡିପିଓ ଶ୍ରୀ ମହାପାତ୍ର ନିଜ ମୋବାଇଲ ନମ୍ବର ସହ ଆବଶ୍ୟକ ସ୍ଥଳେ ଦିଆ ଯାଇଥିବା ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।ନିଜକୁ ସଶକ୍ତ ଓ ସୁରକ୍ଷିତ ରହିବା ପାଇଁ ସରକାର ଙ୍କ ଦ୍ଵାରା ସମସ୍ତ ଆଇନ ଥିବା ବେଳେ ନିଜକୁ ସଂଯତ ରଖି ପ୍ରଲୋଭିତ ନହେବା ପାଇଁ ପରାମର୍ଶ ଦେଇଥିଲେ।ଆତ୍ମ ଦାହ ଭଳି ଘୃଣ୍ୟ କାର୍ଯ୍ୟ ଠାରୁ ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande