ମାଲକାନଗିରି, ୧୨ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ତୁଳସୀ ଅଂଚଳରେ ରାସ୍ତା କାମ ନାମରେ ବେଆଇନ ଭାବେ କ୍ରସର ବସାଇବା ଘଟଣାକୁ ନେଇ ପ୍ରଦୂଷଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅଧୀନରେ ଥିବା ଦୁର୍ଗମ ତୁଳସୀ ଅଂଚଳକୁ ରାସ୍ତା ନିର୍ମାଣ ପାଇଁ ହାଇଗ୍ରୀଭା ନାମକ ଏକ କମ୍ପାନୀ ଟେଣ୍ଡର ପାଇଥିବା ବେଳେ ଏହି କମ୍ପାନୀ ରାସ୍ତା କାମ ନାମରେ ବେଆଇଆନ ଭାବେ ବିନା କୌଣସି ଅନୁମତିରେ କ୍ରସର ସ୍ଥାପନା କରି ପଥର ଖନନ ଆରମ୍ଭ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ସହ ପ୍ରଦୂଷଣ ବୋର୍ଡ ପକ୍ଷରୁ ମଧ୍ୟ ସେଠାରେ ପହଂଚି ଘଟଣାର ତଦନ୍ତ କରା ଯାଇଥିଲା। ସମାଜସେବୀ ତଥା ପୂର୍ବତନ ପୋଲିସ ଅଧିକାରୀ ଶରତ ଚନ୍ଦ୍ର ବୁରୁଦା ଏହି ଅଭିଯୋଗ ଆଣିଥିବା ବେଳେ ଘଟଣାର ତଦନ୍ତ କରି ପ୍ରଦୂଷଣ ବୋର୍ଡ କଂଟ୍ରୋଲ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଉକ୍ତ କମ୍ପାନୀ ନାମରେ ଜାରି କରାଯାଇଛି। କ୍ରସର ସ୍ଥାପନ ପାଇଁ ଏନ ଓ ସି ନିଆଯାଇଛି କି ନାହି, ଜମି ପାଇଁ ଆବେଦନ ହୋଇଛି କି ନାହି ଭଳି ବିଭିନ୍ନ କାରଣକୁ ନେଇ ଏହି କାରଣ ଦର୍ଶାଅ ନୋଟି ଜାରି କରାଯାଇଥିବା ଜଣା ପଡିଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହି ନୋଟିସର ଉତର ରଖିବାକୁ ଉଲ୍ଲେଖ ରହିଥିବା ଜଣା ପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ