କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ଆମ୍ବୋ ପଂଚାୟତ ର ଲାଇଛନପୁର ଗ୍ରାମରେ ଦୀର୍ଘ ଦିନରୁ ପୂଜା ପାଉଛନ୍ତି ଶ୍ରୀ ଶ୍ରୀ ରଘୁନାଥ ଜୀଉ, ଶ୍ରୀ ଜୀଓ ଙ୍କ ମନ୍ଦିର ପରିଚାଳନା ନିମନ୍ତେ କମିଟି ଗଠନ କରାଯାଇଛି, ରାଜ୍ୟ ସରକାର ଓଡିଶା, ଙ୍କ ହିନ୍ଦୁ ରିଲିଜିଅସ ଏଣ୍ଡୋମେଣ୍ଟ ଡିପାର୍ଟମେଣ୍ଟ ସମ୍ବଲପୁର, ସ୍ଥିତ ଆଡିସନାଲ କମିସନ ଙ୍କ ପତ୍ର ସଂଖ୍ୟା ୮୯୬(୧୨)କେନ୍ଦୁଝର ତା ୮/୮/୨୦୨୫ମୂଳେ କମିଟି ସଦସ୍ୟ ଭାବେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ, ହାଟଡ଼ିହି, ଭାରପ୍ରାପ୍ତ ଥାନା ଅଧି କାରୀ ନନ୍ଦିପଦା, ଏ ସମ୍ପର୍କ ରେ ହାଟଡ଼ିହି ତହସିଲଦାର ମହୋଦୟ ଙ୍କୁ ସମ୍ପୃକ୍ତ ବିଭାଗରୁ ପ୍ରେରିତ ପତ୍ର କୁ ପ୍ରଦାନ କରି ଓ ହାଟଡିହି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ରଂଜିତ ପରିଡା ଙ୍କୁ ସଦସ୍ୟ ପ୍ରହ୍ଲାଦ ମହାନ୍ତ ସାକ୍ଷାତ କରିଛନ୍ତି,ସଦସ୍ୟ ଭାବେ ବିଶ୍ୱଜିତ ସାହୁ, ଦିଗାମ୍ବର ସିଂହ,ବିରାଜ ମହାନ୍ତ, ବିଶ୍ୱମ୍ବର ଓଝା, ମାନସ କୁମାର ସାହୁ, ଗୌରବ ଅଗ୍ର ୱାଲ, ଙ୍କୁ ନେଇ ମନ୍ଦିର ପରି ଚାଳନା ଟ୍ରଷ୍ଟି ତିନି ବର୍ଷ ପାଇଁ ଗଠନ ହୋଇଛି, ପ୍ରକାଶ ଥାଉକି,ଠାକୁର ଙ୍କ ନୀତି ଓ ସୁ ପରିଚାଳନା କୁ ଦୃଷ୍ଟି କୁନେଇ ଗ୍ରାମବାସୀ ଓ ସରପଂଚ ମହୋଦୟା, ପୁରୀ ର ଗୋବର୍ଦ୍ଧନ ମଠ ଯାଇ ଜଗତଗୁରୁ ସଙ୍କରାଚାର୍ଯ୍ୟ ନିଶ୍ଚଳା ନନ୍ଦ ସରସ୍ୱତୀ ଙ୍କ ଠାରେ ଅବଗତ କରି ଥିଲେ, ଗତବର୍ଷ ଗୋବର୍ଦ୍ଧନ ମଠ, ର ମହର୍ଷି ବୃନ୍ଦ, ଆଦିତ୍ୟ ବାହିନୀ ଅଧକ୍ଷ ପଣ୍ଡିତ ଶ୍ରୀ ଯୁକ୍ତ ମାତୃ ପ୍ରସାଦ ମିଶ୍ର, ବ୍ରହ୍ମ ଚାରି ସୂୟସ ପ୍ରଶାନ୍ତ, ଆଦିତ୍ୟ ବାହିନୀ କ୍ଷେତ୍ରୀୟ ସମ୍ପାଦକ କେନ୍ଦୁଝର ପ୍ରହ୍ଲାଦ ମହାନ୍ତ, ତପନ କୁମାର ବେହେରା, ଦୁର୍ଯ୍ୟୋଧନ ମହାନ୍ତ, ବିଶ୍ୱମ୍ବର ଓଝା ପ୍ରମୁଖ କର୍ମକର୍ତା ସହ ଲଇଛନପୁର ଗ୍ରାମର ଗ୍ରାମବାସୀ, ଆମ୍ବୋ ସରପଂଚ ପ୍ରତିନିଧି,ସୁବ୍ରତ କୁମାର ମାହାପାତ୍ର ସହ ଉପସ୍ଥିତ ରେ ସଭା ଓ ଆଲୋଚନା ହୋଇ ଆଦିତ୍ୟ ବାହିନୀ ଶାଖା କେନ୍ଦ୍ର ଗଠନ ସହ, ଠାକୁର ଙ୍କ ନୀତି କାନ୍ତି କିପରି ସୁପରି ଚାଳନା ହେବ ଓ କାର୍ଯ୍ୟକ୍ରମ ସହ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ପରିଚାଳନା ଗତ ଭାର ଗୋବର୍ଦ୍ଧନ ମଠ ପକ୍ଷରୁ ଆଦିତ୍ୟ ବାହିନୀ କ୍ଷେତ୍ରୀୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ସହଯୋଗ କ୍ରମେ,ଚାଲିଛି ଆଗକୁ କିପରି ଉର୍ନତି ମୂଳକ କାର୍ଯ୍ୟକ୍ରମ ହେବ ଏହି ନୂତନ ଗଠିତ କମିଟି କାର୍ଯ୍ୟ କରିବ ବୋଲି ଆଦିତ୍ୟ ବାହିନୀ କ୍ଷେତ୍ରୀୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ମତ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA