ରାଜ୍ୟରେ ଆଉ କୌଣସି ଜମିହୀନ ପରିବାର ରହିବେ ନାହିଁ
ରାଜ୍ୟରେ ଆଉ କୌଣସି ଜମିହୀନ ପରିବାର ରହିବେ ନାହିଁ
ରାଜ୍ୟରେ ଆଉ କୌଣସି ଜମିହୀନ ପରିବାର ରହିବେ ନାହିଁ


ସମ୍ବଲପୁର, ୧୨ ଅଗଷ୍ଟ (ହି.ସ.)

ମୋହନ ମାଝୀ ସରକାର ତାର ପାଞ୍ଚ ବର୍ଷ ର କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ଆଉ କୌଣସି ଜମିହୀନ ପରିବାର ରହିବେ ନାହିଁ ବୋଲି କହିଲେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ରେଢ଼ାଖୋଲ ସ୍ଥିତ କଦମ୍ବ ପଡିଆ ଠାରେ ଆୟୋଜିତ ସଭାରେ ଜିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଦର ଙ୍କର ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିରୋଧୀ ଦଳର ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷ ଶିବରାମ ସାହୁ, ରେଢ଼ାଖୋଲ ପଂଚାୟତ ସମିତି ର ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ନାକଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ସ୍ୱରୂପା ରାଣୀ ସାହୁ, ରେଢ଼ାଖୋଲ ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଳ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ରେଢ଼ାଖୋଲ ଉପଖଣ୍ଡ ର ଉପ ଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ରେଢ଼ାଖୋଲ ତହସିଲଦାର ପ୍ରଭାତ ରଞ୍ଜନ ମହାନ୍ତି, ନାକଟିଦେଉଳ ତହସିଲଦାର ଅମରପ୍ରୀତ ଡୁଙ୍ଗଡୁଙ୍ଗ ଓ ବିଶିଷ୍ଟ ସମାଜସେବୀ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ lଏହି ଅବସରରେ ରେଢ଼ାଖୋଲ ବ୍ଲକ ର ୧୯୪ ଓ ନାକଟିଦେଉଳ ବ୍ଲକ ର ୭୪ ଭୂମିହୀନ ପରିବାରଙ୍କୁ ୪ଡେସିମିଲ ର ଜମି ପଟ୍ଟା ପ୍ରଦାନ କରାଯାଇଥିଲା।ଜନଜାତି ଙ୍କୁ ଜଙ୍ଗଲ ଜମି ଅଧିକାର ଭିତ୍ତି ରେ ରେଢ଼ାଖୋଲ ବ୍ଲକ ୧୯୨ ଓ ନାକଟିଦେଉଳ ବ୍ଲକ ର ୪୧ ଭୂମିହୀନ ପରିବାର ଙ୍କୁ ୧୦ ଡେସିମିଲ ଜମି ପଟ୍ଟା ପ୍ରଦାନ, ରେଢ଼ାଖୋଲ ବ୍ଲକ ର ୯୨ ଓ ନାକଟିଦେଉଳ ବ୍ଲକ ର ୪୮ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୁ ତାଙ୍କର ଜମି ର ପଟ୍ଟା ପ୍ରଦାନ କରାଯାଇଥିଲା l

ଏଥିସହ ଭିନ୍ନକ୍ଷମ ବିବାହିତ ପରିବାର କୁ ଅଢେଇ ଲକ୍ଷ ଲେଖାଏଁ ଆର୍ଥିକ ଅନୁଦାନ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଥିଲା l ରେଢ଼ାଖୋଲ ଅଂଚଳରେ ବନିକରଣ ତଥା ଜଙ୍ଗଲ ସୃଷ୍ଟି ରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ରେଢ଼ାଖୋଲ ଏନ.ଏ.ସି. ଅଧ୍ୟକ୍ଷ ଶିବରାମ ସାହୁ ଓ ରାଧାଦେବୀ ହେତମପୁରିଆ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ତାଙ୍କର ପୂର୍ବ ବଂଶଧର ଜମି ପ୍ରଦାନ କରିଥିବାରୁ ଦାନିଆଁ ତାଣ୍ଡିଆ ଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା l

ମୁଖ୍ୟ ଅତିଥି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କର ବକ୍ତବ୍ୟ ରେ କହିଲେ ଯେ ଜଣେ ବ୍ୟକ୍ତିର ଜୀବନ ସରିଯାଏ ହେଲେ ଜମି ପଟ୍ଟା ଖଣ୍ଡିଏ ପାଏ ନାହିଁ l ଦୁନିଆଁ ରେ କୌଣସି ବ୍ୟକ୍ତି ଜୀବନରେ ପିତା, ମାତା, ଗୁରୁ ଓ ମାତୃଭୂମି ର ଋଣ ସୁଝି ପାରେନାହିଁ lତେଣୁ, ଜୀବନ ଥିବା ଭିତରେ ସେବା ମନୋବୃତ୍ତି ରଖି ଜନତା ଙ୍କର ସେବା କରିବା ଅତ୍ୟନ୍ତ ଜରୁରୀ ଅଟେ l ଆହୁରି ମଧ୍ୟ କହିଲେ ଯେ, ମୋହନ ମାଝୀ ଙ୍କର ସରକାର ପାଞ୍ଚ ବର୍ଷ ର ପୂର୍ଣ୍ଣ କାର୍ଯ୍ୟକାଳ ଭିତରେ ଓଡିଶା ପ୍ରଦେଶରେ କୌଣସି ପରିବାର ଭୂମିହୀନ ରହିବେ ନାହିଁ l ମଞ୍ଚ ରୁ ଶ୍ରୀ ପୂଜାରୀ କହିଲେ ଯେ, ଶିକ୍ଷାନୁଷ୍ଠାନ ମାନଙ୍କୁ ଜମି ପଟ୍ଟା ପ୍ରଦାନ ସହ ଖେଳ ପଡିଆ ନଥିବା ଶିକ୍ଷାନୁଷ୍ଠାନ ମାନଙ୍କୁ ୨ ଏକର ଲେଖାଏଁ ମଧ୍ୟ ପ୍ରଦାନ କରାଯିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଭୂମିହୀନ ଙ୍କୁ ଜିମି ପଟ୍ଟା ପ୍ରଦାନ ରେ ଶ୍ରେଷ୍ଠ ରାଜ୍ୟ ଭାବରେ ପରିଣତ କରାଯିବାକୁ ସରକାର ସଂକଳ୍ପବଦ୍ଧ l ସମ୍ମାନିତ ଅତିଥି ବିଧାୟକ ଶ୍ରୀ ଆଚାର୍ଯ୍ୟ ତାଙ୍କର ବକ୍ତବ୍ୟ କହିଲେ ଯେ, ବସୁନ୍ଧରା ଯୋଜନା ଏକ ବହୁମୁଖୀ ଯୋଜନା ଯଦ୍ୱାରା ଅନେକ ଭୂମିହୀନ ଲୋକ ବାସଟିଏ ପାଇଁ ଜମି ଖଣ୍ଡିଏ ପାଉଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ରାଜସ୍ବ ବିଭାଗ ର ଲୋକଙ୍କ ପାଇଁ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମ ଶେଷରେ ଉପ- ଜିଲ୍ଲାପାଳ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande