ରାଣିଗୋଡା ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ପୁଲିସ ଖୋଲିଲା ଚାବି
କୋରେଇ, ୧୨ ଅଗଷ୍ଟ (ହି.ସ.) - କୋରେଇ ବ୍ଲକ ତଥା ଶିକ୍ଷା ମଣ୍ଡଳ ଅଧିନସ୍ଥ କରଦା ପଂଚାୟତର ରାଣିଗୋଡା ଗ୍ରାମରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍କୁଲ ଖୋଲିବା ବେଳକୁ ଅନ୍ୟ ଏକ ତାଲା ପଡିଥିବାର ଦେଖିବାକୁ ମିଳିଥିଲା । କିଏ ତାଲା ପକାଇଛି ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟାଳୟର ସମସ୍ୟାକୁ ନେଇ
ରାଣିଗୋଡା ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ପୁଲିସ ଖୋଲିଲା ଚାବି


କୋରେଇ, ୧୨ ଅଗଷ୍ଟ (ହି.ସ.) - କୋରେଇ ବ୍ଲକ ତଥା ଶିକ୍ଷା ମଣ୍ଡଳ ଅଧିନସ୍ଥ କରଦା ପଂଚାୟତର ରାଣିଗୋଡା ଗ୍ରାମରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍କୁଲ ଖୋଲିବା ବେଳକୁ ଅନ୍ୟ ଏକ ତାଲା ପଡିଥିବାର ଦେଖିବାକୁ ମିଳିଥିଲା । କିଏ ତାଲା ପକାଇଛି ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟାଳୟର ସମସ୍ୟାକୁ ନେଇ ତାଲା ପଡିଥିବା ଜଣାପଡିଛି । ଖବରପାଇ ପାଣିକୋଇଲି ଥାନାଧିକରୀ ରଂଜିତ କୁମାର ମହାନ୍ତି ଘଟଣାସ୍ଥଳେ ପହଂଚି ଚାବି ଖୋଲିବା ସହ ଏପରି ନକରିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ଉଚ୍ଚ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ । ସୁଚନୁଯାୟୀ ଉକ୍ତ ବିଦ୍ୟାଳୟରେ ବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏଠାରେ ୫୮ ଜଣ ପିଲା ଅଧ୍ୟୟନ କରନ୍ତି । ହେଲେ ମାତ୍ର ୨ଜଣ ଶିକ୍ଷୟତ୍ରୀ ଅଛନ୍ତି । ପ୍ରଧାନ ଶିକ୍ଷକ ମାସରେ ପ୍ରାୟ ୧୨ ଦିନ ସକାରୀ କାର୍ଯ୍ୟରେ ବିଦ୍ୟାଳୟରେ ଅନୁପସ୍ଥିତ ରୁହନ୍ତି । ଜଣେ ଶିକ୍ଷକ ଦୁଇଟି ଶ୍ରେଣୀ ଗୃହକୁ ସମ୍ଭାଳିବା ସମ୍ଭବ ହୁଏନାହିଁ । ଯାହା ଫଳରେ ପିଲାମାନଙ୍କ ମଧ୍ୟରେ ଛୋଟ ମୋଟ ପିଟାପିଟି ବା ଝଗଡା ହୁଏ । ଏହାକୁୁ ନେଇ କେହି ଅଭିଭାବକ ତାଲା ପକାଇଥିଲେ । ମାତ୍ର ପୁଳିସ ପହଂଚିବାରୁ କେହି ତାଲା ପକାଇଥିବା ମାନିନଇଥିଲେ । ପରେ ପରିଚଳନା କମିଟି ସିଆରସିସି ଓ ଶିକ୍ଷୟତ୍ରୀ ଦ୍ୱୟଙ୍କୁ ନେଇ ବୈଠଂକ କରାଯାଇ ଏହାର ପୁନରାବୃତି ନହେବା ଦିଗରେ ସମସ୍ତେ ଧ୍ୟାନ ଦେବେ ବବୋଲି ନିଷ୍ପତି ପରେ ବିଦ୍ୟାଳୟ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande