ମୁଖୀଗୁଡା,୧୨ ଅଗଷ୍ଟ (ହି.ସ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂକୁଳ ପ୍ରମୁଖ ଶ୍ରୀବଲ୍ଲଭ ନାଏକଙ୍କ ସଭାପତିତ୍ୱ ଓ ସଂକୁଳ ସଂଯୋଜକ ବିଶ୍ୱ ଜୀବନ ପାଢ଼ୀ ଙ୍କ ତତ୍ୱାବଧାନରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ+୨ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଜୟପାଟଣା ରସାୟନ ବିଜ୍ଞାନ ବିଭାଗର ଡେମନଷ୍ଟେଟର୍ ନରେଶ ପଣ୍ଡା ଯୋଗଦେଇ
ଜ୍ଞାନ ବିଜ୍ଞାନମେଳାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜୟପାଟଣା ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୨୮୫ ଜଣ ପ୍ରତିଭାଗୀ ବିଜ୍ଞାନ, ଗଣିତ ଓ ସଂସ୍କୃତି ଜ୍ଞାନ ବିଷୟରେ ପ୍ରଶ୍ନମଂଚ, ପତ୍ରବାଚନ, ପ୍ରୟୋଗ ଓ ମୂର୍ତି କଳା ପ୍ରତିଯୋଗିତାରେ ଭାଗ ନେଇଥିଲେ । ୪୨ଟି ବିଜ୍ଞାନ ପ୍ରକଳ୍ପ ଓ ୨୯ଟି ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ୫୩ଜଣ କୃତି ପ୍ରତିଯୋଗୀ ଅଗଷ୍ଟ ମାସ ୨୩ଓ ୨୪ରେ ମୁଖିଗୁଡା, ଜୟପୁର ଶାରଦା ବିହାର ଓ ନବରଙ୍ଗପୁର ଶିଶୁ ବିଦ୍ୟା ମନ୍ଦିରରେ ହେବାକୁ ଥୂବା ବିଭାଗ ଓ ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ରେ ଅ?ଂଶଗ୍ରହଣ କରିବେ।
ହିନ୍ଦୁସ୍ଥାନ ସମାଚାର / ନିହାର