ଋଣ ଦେବା ନାମରେ ଠକେଇ ଅଭିଯୋଗ କରି ପ୍ରଶାସନର ଦ୍ୱାରସ୍ଥ ହେଲେ ସ୍ୱୟଂ ୨୦ ଊର୍ଦ୍ଧ୍ୱ ସହାୟକ ଗୋଷ୍ଠୀର ମହିଳା
ମାଲକାନଗିରି, ୧୨ ଅଗଷ୍ଟ (ହି.ସ.) - ଋଣ ଦେବା ନାମରେ ଠକେଇ ଅଭିଯୋଗ। ସ୍ୱୟଂ ସହାୟକ ଗୋଷ୍ଠୀକୁ ତଥା ‘ଏସ୍‌?ଏଚ୍‌?ଜି’ର ମହିଳାଙ୍କ ଠାରୁ ଏହି ଠକେଇ ହୋଇଥିବା ଅଭିଯୋଗ ଆସିଛି। ଋଣ ଯେତିକି ତାହାକୁ ପରିଶୋଧ ପରେ ମଧ୍ୟ ପୁଣି ସମାନ ଟଙ୍କାର ଋଣ ରହିଥିବାରୁ ଚିନ୍ତାରେ ପଡିଛନ୍ତି ମହିଳା। ଯାହାକୁ ନେଇ ଏହି ମହି
ଋଣ ଦେବା ନାମରେ ଠକେଇ ଅଭିଯୋଗ କରି ପ୍ରଶାସନର ଦ୍ଵାରସ୍ଥ ହେଲେ ସ୍ବୟଂ ୨୦ ଊର୍ଦ୍ଧ୍ଵ ସହାୟକ


ମାଲକାନଗିରି, ୧୨ ଅଗଷ୍ଟ (ହି.ସ.) - ଋଣ ଦେବା ନାମରେ ଠକେଇ ଅଭିଯୋଗ। ସ୍ୱୟଂ ସହାୟକ ଗୋଷ୍ଠୀକୁ ତଥା ‘ଏସ୍‌?ଏଚ୍‌?ଜି’ର ମହିଳାଙ୍କ ଠାରୁ ଏହି ଠକେଇ ହୋଇଥିବା ଅଭିଯୋଗ ଆସିଛି। ଋଣ ଯେତିକି ତାହାକୁ ପରିଶୋଧ ପରେ ମଧ୍ୟ ପୁଣି ସମାନ ଟଙ୍କାର ଋଣ ରହିଥିବାରୁ ଚିନ୍ତାରେ ପଡିଛନ୍ତି ମହିଳା। ଯାହାକୁ ନେଇ ଏହି ମହିଳା ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିବା ଏହି ମହିଳା ମାନେ ପ୍ରଥମେ ବ୍ୟାଙ୍କରେ ତାଲା ପକାଇ ଘେରାଉ କରିଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ୨୦୨୪ ମସିହାରେ ମାଲକାନଗିରି ଜିଲ୍ଲା କୋରୁ କୋଣ୍ଡା ବ୍ଲକ ସଦର ମହକୁମାସ୍ଥିତ ୨୦ରୁ ଊର୍ଦ୍ଧ୍ୱ ଏସଏଚଜି ମହିଳାମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩ ଲକ୍ଷ ଲେଖାଏଁ ଋଣ ନେଇ ସଠିକ ସମୟରେ ଏହାର ପରିଶୋଧ ମଧ୍ୟ କରିଥିଲେ। କିନ୍ତୁ ନିଜ ନାମରେ ଥିବା ଋଣ ପରିଶୋଧ ପରେ ମଧ୍ୟ ପୁଣି ୩ ଲକ୍ଷ ଟଙ୍କାର ଋଣ ଥିବା ଜାଣିବାକୁ ପାଇ ଚିନ୍ତାରେ ପଡି ଯାଇଛନ୍ତି। ଏନେଇ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବ୍ୟାଙ୍କରେ ତାଲା ପକାଇବା ସହ ଘେରାଉ ମଧ୍ୟ କରିଥିଲେ ମହିଳା ମାନେ। ବ୍ୟାଙ୍କ ର୍କିୃପକ୍ଷ ତତ୍କାଳୀନ ମ୍ୟାନେଜରଙ୍କୁ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ଚାକିରିରୁ ନିଲ ମ୍ବନ କରିଥିଲେ ମଧ୍ୟ୨୦ରୁ ଊର୍ଦ୍ଧ୍ୱ ଏସ୍‌ଏଚ୍‌ଜି ମହିଳା ମାନେ ଋଣ ନେଇ ପରିଶୋଧ ଚିନ୍ତାରେ ପଡିଛନ୍ତି। ତେବେ ଏସବୁ କୁ ନେଇ ବର୍ତମାନର ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି। ତେବେ ନ୍ୟାୟ ପାଇଁ ମହିଳା ମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଏହି ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande