ଯୌନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୧୨ ଅଗଷ୍ଟ (ହି.ସ.)- ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାରଦା ବିହାର, ଜୟପୁର ଠାରେ ଯୌନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥି
ଯୌନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ


ଜୟପୁର, ୧୨ ଅଗଷ୍ଟ (ହି.ସ.)- ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାରଦା ବିହାର, ଜୟପୁର ଠାରେ ଯୌନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥୀ ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଶ୍ରୀମତୀ ପ୍ରଦ୍ୟେମୟୀ ସୁଜତା ଯୋଗଦେଇଥିଲେ। ଅନ୍ୟ ଅତିଥି ଭାବରେ ଡଃ. ବି ଗାୟତ୍ରୀ ଦେବୀ ସ୍ସେସିଆଲ ପିପି, ଅତିରିକ୍ତ ଜିଲ୍ଲା ତଥା ସ୍ପେସିଆଲ ପୋକ୍ସ ଅଦାଲତ, ଜୟପୁର, ହରିଶ୍ଚନ୍ଦ୍ର ମୁଦୁଲି, ଡେପୁଟି ଲିଗାଲ ଏ଼ଡ୍ ଡିଫେନ୍ସ କାଉନସେଲ, ଜୟପୁର ପି.ସନ୍ୟାସି ରାଓ ପେନାଲ ଆଇନଜୀବି, ସରସ୍ବତି ଶିଶୁ ବିଦ୍ୟାମନ୍ଦିର ସାରଦା ବିହାର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠି ଏବଂ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସାରଦା ବିହାର ଛାତ୍ର ଆଇନଗତ ସାକ୍ଷରତା କ୍ଲବ୍ ଭାରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ତା' ସହିତ ଅନ୍ୟାନୀୟ ଶିକ୍ଷକ ଉପସ୍ଥିତ ରହି ଯୌନ ଅପରାଧ ଓ ଶିଶୁ ସୁରକ୍ଷା ଆଇନ, ୨୦୧୨ ଏ ଉପରେ ଆଲୋକପାତ କରିଥିଲେ। ଏବଂ ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିତର୍କ ପ୍ରତିଯୋଗିତା କରାଯାଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । POCSO ଆଇନ ହେଉଛି ଏକ ଲିଙ୍ଗ ନିରପେକ୍ଷ ଆଇନ ଯାହା ଲିଙ୍ଗ ନିର୍ବିଶେଷରେ ଶିଶୁମାନଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରେ। POCSO ଆଇନର ଧାରା 2(d) ଅନୁଯାୟୀ, ଜଣେ ଶିଶୁ ହେଉଛି ଅଠର ବର୍ଷରୁ କମ୍ ବୟସର ଯେକୌଣସି ବ୍ୟକ୍ତି। ଏହି ଆଇନ ଅନୁଯାୟୀ ପୀଡିତା ଜଣେ ପୁରୁଷ କିମ୍ବା ମହିଳା ଶିଶୁ ହୋଇପାରେ। ଏହି ଆଇନ ପୀଡିତା କିମ୍ବା ଅପରାଧୀମାନଙ୍କ ମଧ୍ୟରେ ସେମାନଙ୍କର ଲିଙ୍ଗ ଆଧାରରେ କୌଣସି ପାର୍ଥକ୍ୟ ସୃଷ୍ଟି କରେ ନାହିଁ। ଏପରି କିଛି ଉଦାହରଣ ଅଛି ଯେତେବେଳେ ମହିଳାମାନଙ୍କୁ ଏହି ଆଇନ ଅନୁଯାୟୀ ଶିଶୁ ଯୌନ ନିର୍ଯାତନା ପାଇଁ ଦୋଷୀ ସାବ୍ୟସ୍ତ କରାଯାଏ। ଏବଂ କଠୋରରୁ କଠୋର ଦଣ୍ଡବିଧାନ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande