ଶେରଗଡ଼ ଆଇସିଡିଏସ ପକ୍ଷରୁ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ
ଗଞାମ, ୧୨ ଅଗଷ୍ଟ (ହି.ସ.)- ଶେରଗଡ ସମନ୍ୱିତ ଶିଶୁ ବିକାଶ ଯୋଜନା ପକ୍ଷରୁ ଶେରଗଡ ସଭାଗୃହରେ ସିଡିପିଓ ମମତାନ୍ଜଳି ପଣ୍ଡାଙ୍କ ତତ୍ତ୍ୱାବଧାନରେ ସର୍ପ ଦଂଶନ ଓ ସେଥିରୁ ବର୍ତ୍ତିବା ସଚେଚନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଡିପିଓ ମମତାଞଳୀ ପଣ୍ଡା, ବିଡିଓ ତୃପ୍ତିମୟୀ
ଶେରଗଡ଼ ଆଇସିଡିଏସ ପକ୍ଷରୁ ସର୍ପ ଦଂଶନ ସଚେତନତା କାର୍ଯ୍ୟକ୍ରମ


ଗଞାମ, ୧୨ ଅଗଷ୍ଟ (ହି.ସ.)- ଶେରଗଡ ସମନ୍ୱିତ ଶିଶୁ ବିକାଶ ଯୋଜନା ପକ୍ଷରୁ ଶେରଗଡ ସଭାଗୃହରେ ସିଡିପିଓ ମମତାନ୍ଜଳି ପଣ୍ଡାଙ୍କ ତତ୍ତ୍ୱାବଧାନରେ ସର୍ପ ଦଂଶନ ଓ ସେଥିରୁ ବର୍ତ୍ତିବା ସଚେଚନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଡିପିଓ ମମତାଞଳୀ ପଣ୍ଡା, ବିଡିଓ ତୃପ୍ତିମୟୀ ଜେନା ,ପିହେଚଇଓ, ରସ୍ମିତା କୁମାରୀ ପ୍ରଧାନ, ଓଜିପିଓ ଜି ରାଜିବ କୁମାର ପ୍ରମୁଖ ଯୋଗଦେଇ ସର୍ପ ଦଂଶନର ଭୟାବହତା, ବର୍ଷା ଦିନେ ସର୍ପମାନେ ଘରେ ପସିବା ଓ ଲୋକଙ୍କୁ କାମୁଡିବା ଆଶଙ୍କା ଥିବାରୁ ଏହାର ପ୍ରତିରୋଧ ପାଇଁ ଘରେ ଓ ଘରର ଚର୍ତୁପାର୍ଶ୍ଵରେ ଫିନାଇଲ ପକାଇଲେ ଏହାର ଗନ୍ଧରେ ସାପ ଆସି ନ ଥାନ୍ତି । ସାପ କାମୁଡିଲେ କିମ୍ୱା ଦଂଶନ କଲେ ଝଡାଫୁନ୍କା କିମ୍ବା ଗୁଣିଆର ଆଶ୍ରୟ ନ ନେଇ ପ୍ରାଥମିକ ଚିକିତ୍ସା ସହ ସାପ କାମୁଡାର ପ୍ରତିଷେଧକ ଇଂଜେକସନ ଗଛିତ ରହୁଥିବା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିକଲେ ରୋଗୀ ନିଶ୍ଚିତ ବଂଚି ପାରିବ। ଏଣୁ ସମସ୍ତେ ଏଥିପାଇଁ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ଯକ୍ରମରେ ଅଂଗନବାଡି କର୍ମୀ,ଏସହେଚଜି ମହିଳା, ପରିଦର୍ଶିକା ଶିକ୍ଷକ ଓ ସ୍ଥାନୀୟ ବହୁ ଲୋକ ଯୋଗଦେଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande