ପିପିଳିଆ କଲେଜରେ ସ୍ୱଚ୍ଛତା ଅଭିଯାନ
କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ସ୍ୱଚ୍ଛତା ଅଭିଯାନର ନିଦର୍ଶନ ସ୍ୱରୂପ ସରପଂଚ ଗୋଲାପ ନାଏକଙ୍କ ସକ୍ରିୟ ସମ୍ପୃକ୍ତି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍
ପିପିଳିଆ କଲେଜରେ ସ୍ୱଚ୍ଛତା ଅଭିଯାନ


କେନ୍ଦୁଝର, ୧୨ ଅଗଷ୍ଟ (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ସ୍ୱଚ୍ଛତା ଅଭିଯାନର ନିଦର୍ଶନ ସ୍ୱରୂପ ସରପଂଚ ଗୋଲାପ ନାଏକଙ୍କ ସକ୍ରିୟ ସମ୍ପୃକ୍ତି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହର ଘର ତ୍ରିରଙ୍ଗା, ହର ଘର ସ୍ୱଚ୍ଛତା : ସ୍ୱତନ୍ତ୍ରତା କା ଉତ୍ସବ, ସ୍ୱଚ୍ଛତା କେ ସଙ୍ଗ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ବିଡ଼ିଓ ଖଗେଶ୍ୱର ବରାଳ ଅତିଥି ରୂପେ ଯୋଗଦାନ କରି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ୱଚ୍ଛତା ହିଁ ସେବା ଓ ସ୍ୱଚ୍ଛତା ହିଁ ଆମ ପରିଚୟ ବୋଲି ସେ ପ୍ରକାଶ କରିବା ସହ ଏହାକୁ ବ୍ୟାପକ ଓ କ୍ରିୟାଶୀଳ କରେଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ବିଆରସିସି ବୁଲବୁଲ ରାଉତ, ନିର୍ବାହୀ ଅଧିକାରୀ ନିରଞ୍ଜନ ସା, ଏଡିଇଓ ନରସିଂହ ମାଝୀ ଓ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର କର୍ମକର୍ତା, ଛାତ୍ରଛାତ୍ରୀ ମାନେ ଆନୁଷଙ୍ଗିକ ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande