ଟ୍ରକ -ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ମୃତ
ବାରିପଦା, ୧୨ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ୱର୍ ଜାତୀୟ ରାଜପଥର କୁଳିଅଣା ଥାନା ଅନ୍ତର୍ଗତ ତିତିରି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ରଙ୍ଗ ସାଇଡ଼ରେ ଦୃତ ଗତିରେ ବାଇକରେ ଆସି ଟ୍ରକ୍ ସମ୍ମୁଖରେ ପିଟିହେବାରୁ ଏମାନେ ଗୁରୁତର ଆହତ
Bike accident


ବାରିପଦା, ୧୨ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ୱର୍ ଜାତୀୟ ରାଜପଥର କୁଳିଅଣା ଥାନା ଅନ୍ତର୍ଗତ ତିତିରି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ରଙ୍ଗ ସାଇଡ଼ରେ ଦୃତ ଗତିରେ ବାଇକରେ ଆସି ଟ୍ରକ୍ ସମ୍ମୁଖରେ ପିଟିହେବାରୁ ଏମାନେ ଗୁରୁତର ଆହତ ହୋଇଥିଲେ । ଉଭୟେ ସାରସକଣା ଅଞ୍ଚଳର ଦାନାଦର୍ ଗ୍ରାମର ନରେନ୍ ଦାସ ଓ କାଲା । ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande