ସୁବର୍ଣ୍ଣପୁର, 12 ଅଗଷ୍ଟ (ହି.ସ.)
ରାଜସ୍ବ ଅମଲା ମାନଙ୍କ ସାମୁହିକ ଛୁଟି ଆଜି ଦ୍ଵିତୀୟ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ତହସିଲ ଅଫିସ, ବ୍ଲକ ଅଫିସ, ଉପ ଜିଲ୍ଲପାଳ ଅଫିସ, ଜିଲ୍ଲାପାଳ ଅଫିସ ତଥା ଅନ୍ୟାନ୍ୟ ସମସ୍ତ ଜିଲ୍ଲାସ୍ତରୀୟ ଅଫିସ କାମ ସଂପୂର୍ଣ୍ଣ ରୂପେ ଅଚଳ ହୋଇ ପଡ଼ିଛି l ଯେଉଁ ଅଫିସ କୁ ଯିବେ ସବୁ ଆଡ଼େ ଶୁନ ଶାନ ଓ ଖାଁ ଖାଁ ଲାଗୁଛି l ରାଜସ୍ବ ଅମଲା ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମବେତ ହୋଇ ଧାରଣା ରେ ବସିଛନ୍ତି ଓ ବ୍ଲକ ସ୍ତର ରେ, ତହସିଲ ସ୍ତର ରେ , ଉପଖଣ୍ଡ ସ୍ତର ରେ ମଧ୍ୟ ରାଜସ୍ବ ଅମଲା ମାନେ ଧାରଣା ରେ ବସିଛନ୍ତି l ବିଗତ ଦିମାନଙ୍କରେ ମଧ୍ୟ ଆନ୍ଦୋଳନ ଯୋଗୁଁ ଜନସାଧାରଣ ଅସୁବିଧା ଭୋଗିଥିଲେ ତେଣୁ କରି ସାଧାରଣତଃ ପ୍ରଶ୍ନ ଉଠିଛି ଯେ ସରକାର ତାଙ୍କ ନିଜ କର୍ମଚାରୀ ମାନଙ୍କୁ କାହିଁକି କେବଳ ପ୍ରତିଶୃତି ଦେଉଛନ୍ତି ଓ ତାଙ୍କ ଦାବୀ ପୂରଣ କରିବା କିମ୍ବା ସମାଧାନ ସ୍ଥାୟୀ ଭାବେ ନ କରି କେବଳ ସାମୟିକ ଭାବେ ଆନ୍ଦୋଳନ କୁ ସ୍ଥଗିତ କିମ୍ବା ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି ଯଦ୍ୱାରା ସମାନ ଦାବୀ ରେ ବାରମ୍ବାର ଆନ୍ଦୋଳନ ହେଉଛି ଓ ସାଧାରଣ ଜନତା ଏଥିରେ ହନ୍ତସନ୍ତ ହେଉଛନ୍ତି l କର୍ମଚାରୀ ମହଲ ରେ ମଧ୍ୟ ଅସନ୍ତୋଷ ବ୍ୟାପି ଚାଲିଛି ଯାହାକି ସେମାନଙ୍କ କାର୍ଯ୍ୟ ଦକ୍ଷତା, ଆଗ୍ରହ କୁ କମ କରିଦେଉଥିବା ଜଣାପଡେ ତଥା ସରକାର ସେମାନଙ୍କୁ ପ୍ରତାଡିତ କରୁଥିବା ସେମାନେ ଅନୁଭବ କରୁଛନ୍ତି । ଆଗାମୀ ଦିନ ରେ ପର୍ବପର୍ବାଣୀ ସମୟ ଆସୁଥିବା ଯୋଗୁଁ ଲୋକମାନେ,ଅନ୍ୟ ବିଭିନ୍ନ ବର୍ଗ ର କର୍ମଚାରୀ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା ଜାତ ହେଲାଣି l ସରକାର ତୁରନ୍ତ କର୍ମଚାରୀ ଙ୍କ ସମସ୍ୟା ର ସୁ -ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲ, ସାଧାରଣ ଜନତାଙ୍କ ମଧ୍ୟରେ ମତପ୍ରକାଶ ପାଉଛି l ଏକ ଲୋକପ୍ରିୟ ସରକାର ସବୁବେଳେ ତାଙ୍କ୍ ଶାସନ ରେ ସମସ୍ତେ କିପରି ଉପକୃତ ହେବେ ସେଥିପ୍ରତି ବିଶେଷ ଯତ୍ନବାନ ହୋଇ ପଦକ୍ଷେପ ନେବା ଉଚିତ୍ ମାତ୍ର ସମୟ କୁ ସମୟ କାଳକ୍ଷେପଣ ନୀତି ଯୋଗୁଁ ତାର କୁପରିଣତି ଶିକାର ସମସ୍ତେ ହେଉଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ