ଜିଲ୍ଲାରେ କମୁଛି ଝିଅଙ୍କ ସଂଖ୍ୟା, ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ରେ ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦୈଶରେ ଜାନୁଆରୀ ୨୨ ତାରିଖ ୨୦୨୫ ମସିହା ଠାରୁ ଆରମ୍ଭ ହୋଇଥିବା ବେଳେ ପରବର୍ତୀ ସମୟରେ ଜିଲ୍ଲାରେ ୨୦୨୦ ମସିହାରେ ଆରମ୍ଭ କରାଯା
ଜିଲ୍ଲାରେ କମୁଛି ଝିଅଙ୍କ ସଂଖ୍ୟା, ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ରେ ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦୈଶରେ ଜାନୁଆରୀ ୨୨ ତାରିଖ ୨୦୨୫ ମସିହା ଠାରୁ ଆରମ୍ଭ ହୋଇଥିବା ବେଳେ ପରବର୍ତୀ ସମୟରେ ଜିଲ୍ଲାରେ ୨୦୨୦ ମସିହାରେ ଆରମ୍ଭ କରାଯାଇଛି । ଜିଲ୍ଲାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ଅନୁଧ୍ୟାନ ଏବଂ ଏନଏମଏଚଏସ ଅନୁସାରେ ପୁଅ ଓ ଝିଅ ଭିତରେ ସେକ୍ସ ଅନୁପାତ ରେ କମ ଚାଲିଛି । ଏହା ଆମ ସମସ୍ତଙ୍କ ପାଇଁ ଆହ୍ୱାନ । ଏଣୁ ଏହାକୁ ସମସ୍ତ ଅଧିକାରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ରେ ସଚେତନତା କରାଇବାକୁ ବୈଠକରେ ଆଲେଚନା କରାଯାଇଛି । କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟିକା ଗୋଷ୍ଠୀ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସିବିଓ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, କ୍ରୀଡା ବିଭାଗ, ଶିଶୁ ବିଭାଗ ଓ ଅନ୍ୟ ବିଭାଗ ଗୁଡିକ ପ୍ରତ୍ୟେକ ସ୍ତରରେ ଜନ ସାଧାରଣଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଗ୍ରାମାଂଚଳ ଗୁଡିକରେ ହଜାର ପୁଅରେ ଝିଅଙ୍କ ସଂଖ୍ୟା ୯୨୮ ଥିବାବେଳେ ସହରାଂଚଳ ରେ ଏହା ୮୯୭ ରହିଛିା ସହରାଂଚଳରେ କମ ହେଉଥିବାରୁ କାରଣ ସହରାଂଚଳ ରେ ଅଲଟ୍ରାସାଉଣ୍ଡ ସେଣ୍ଟର ଓ ନର୍ସିଂହୋମ ଗୁଡିକ ଥିବାରୁ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭୃଣ ଗର୍ଭପାତ କରାଯାଉ ଥିବାରୁ ଝିଅଙ୍କ ସଂଖ୍ୟା କମିକମି ଚାଲିଛି । ଏହି ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକରେ ଚଢାଉ କରିବା ପାଇଁ ନିଷ୍ପତି ନିଆଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଡିସିପିଓ ବିଜୟ କେତନ ସାହୁଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସୁପର ଭାଇଜର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande