୧୪ରେ କଂଗ୍ରେସର ରାଜ୍ୟବ୍ୟାପୀ ଭୋଟ୍ ଚୋର୍ ଗାଦି ଛୋଡ଼୍ ମଶାଲ ଶୋଭାଯାତ୍ରା
ଭୁବନେଶ୍ୱର,୧୨ ଅଗଷ୍ଟ (ହି.ସ)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ୭ ତାରିଖ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ, ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟାପକ ହେରଫେର ଓ ଜାଲିଆତି କରି ‘ଭୋଟ୍ ଚୋରି’ ଜରିଆରେ, ବିଜେପି କିପରି ଏକାଧିକ ନିର୍ବାଚନ ଜିଣିଛି ବର୍ଣ୍ଣନା କରି ଦ
୧୪ରେ କଂଗ୍ରେସର ରାଜ୍ୟବ୍ୟାପୀ ଭୋଟ୍ ଚୋର୍ ଗାଦି ଛୋଡ଼୍ ମଶାଲ ଶୋଭାଯାତ୍ରା


ଭୁବନେଶ୍ୱର,୧୨ ଅଗଷ୍ଟ (ହି.ସ)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ୭ ତାରିଖ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ପ୍ରମାଣ ଦେଇ, ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟାପକ ହେରଫେର ଓ ଜାଲିଆତି କରି ‘ଭୋଟ୍ ଚୋରି’ ଜରିଆରେ, ବିଜେପି କିପରି ଏକାଧିକ ନିର୍ବାଚନ ଜିଣିଛି ବର୍ଣ୍ଣନା କରି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲେ।ନିର୍ବାଚନ ଆୟୋଗ ପରି ଏକ ପବିତ୍ର ସାମ୍ବିଧାନିକ ଅନୁଷ୍ଠାନକୁ ହାତବାରିସି କରି ଏ ଦେଶର ଆତ୍ମା ‘ଗଣତନ୍ତ୍ର’କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଂଗ୍ରେସ ପକ୍ଷରୁ ଭର୍ତ୍ସନା କରିବା ପାଇଁ ଏଆଇସିସି ତରଫରୁ ସଙ୍ଗଠନକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ୧୪ ତାରିଖ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନ୍ୟୁନ ୨ କି.ମି.ର ମଶାଲ ଶୋଭାଯାତ୍ରା କରିବା ପାଇଁ ଦଳର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼୍‌ଗେ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ପାଇଁ ପିସିସି ସଭାପତିଭକ୍ତଚରଣ ଦାସ ସମସ୍ତ ଜିଲ୍ଲାର ସଂଯୋଜକ/ଆବାହକ, କର୍ମକର୍ତା, ରାଜ୍ୟର ଛାମୁଆ ସଂଗଠନକୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande