ବୌଦ୍ଧ, ୧୨ ଅଗଷ୍ଟ (ହି.ସ.) - ବୌଦ୍ଧ ବ୍ଲକ ମହେଶ୍ୱରପିଣ୍ଡା ଗ୍ରାମରେ ଆଜି ହର୍ ଘର୍ ତ୍ରିରଙ୍ଗା ଓ ହର୍ ଘର୍ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସାମିଲ ହୋଇଥିଲେ । କନ୍ଧମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରା ମହେଶ୍ୱରପିଣ୍ଡା ଗ୍ରାମ ସହ ଦହ୍ୟା ଗ୍ରାମରେ ମନ୍ତ୍ରୀ ସାମିଲ ହୋଇ ଜାତୀୟ ପତାକା ଧରି ଚାଲି ଚାଲି ପରିକ୍ରମା କରିଥିଲେ । ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମନମୁଣ୍ଡା ଠାରେ ଆୟୋଜିତ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ବୃ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଲ୍ ବିଭୂତି ଭୂଷଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ରେ ଦେଶାତ୍ମବୋଧକ ଭାବନା ସହିତ ଶୋଭାଯାତ୍ରା ରେ ବହୁ ସଂଖ୍ୟାରେ ସ୍କୁଲ କଲେଜର ଛାତ୍ର ଛାତ୍ରୀ ସାମିଲ ହୋଇ ନାଚଗୀତ ପରିବେଷଣ କରି ଦେଶାତ୍ମବଧକତା ର ପରିଚୟ ସୃଷ୍ଟି କରିଥିଲେ । କଂଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ହାଇସ୍କୁଲ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୃକ୍ଷରୋପଣ କରିଥିଲେ। ପରେ ମନ୍ତ୍ରୀ ଶ୍ରୀମହାପାତ୍ର କିରାଶିରା ସ୍ଥିତ ଜୀବନ ବିକାଶ ଡିଗ୍ରୀ କଲେଜର ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରି ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେର, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପାଧ୍ୟକ୍ଷା ପାନେଶ୍ୱରୀ ଦେହୁରୀ, କନ୍ଧମାଳ ସାଂସଦଙ୍କ ବୌଦ୍ଧ ବ୍ଲକ ପ୍ରତିନିଧି ସରୋଜ ମେହେର, ଯୋନ ୪ର ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ସ୍ଥାନୀୟ ସରପଂଚ ବିଭୂତି ଭୂଷଣ ଡାଙ୍ଗ, ମନୁପାଲି ସରପଂଚ ଭାରତୀ ମଲ୍ଲିକ, ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ରାଜଲଷ୍ମୀ ସ୍ୱାଇଁ, ବୌଦ୍ଧ ଏବିଇଓ ପ୍ରବୀର ରଥ, ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ଉପସଭାପତି ଚିତରଞ୍ଜନ ପାତ୍ର, ପୂର୍ବ ସଭାପତି ବିପ୍ରଚରଣ ମହାନ୍ତି, ମନୋରଞ୍ଜନ ଦାଶ, ମାଗୁଣି ଗାଈଗୌରୀଆ, ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଯୁବ ସଭାପତି ଅଟଳ ପ୍ରଧାନ, ରାଜ୍ୟ ବୟନିକାର ପୂର୍ବ ସଭାପତି ଶେଷକୁମାର ମେହେର, ମଣ୍ଡଳ ସଭାପତି ଶରତ କର୍ଣ୍ଣ, ଯୁବନେତା କିଶୋର ମେହେର, ଶୁଭ୍ରାଂଶୁ ଡାଙ୍ଗ, ଗୋପୀନାଥ କହଁରଙ୍କ ସହିତ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ