ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବନିଯୁକ୍ତ ଅଧ୍ୟକ୍ଷାଙ୍କ ଶ୍ରୀଜୀଉଙ୍କ ଦର୍ଶନ ଓ ବୈଠକ
ପୁରୀ, ୧୨ ଅଗଷ୍ଟ (ହି.ସ.)- ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବନିଯୁକ୍ତ ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମେତ କମିଶନର ସଦସ୍ୟା ଚନ୍ଦନା ଦାସ, କଳ୍ପନା ଲେଙ୍କା, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଧ୍
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଶ୍ରୀଜୀଉଙ୍କ ଦର୍ଶନ ଓ ବୈଠକ


ପୁରୀ, ୧୨ ଅଗଷ୍ଟ (ହି.ସ.)- ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବନିଯୁକ୍ତ ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମେତ କମିଶନର ସଦସ୍ୟା ଚନ୍ଦନା ଦାସ, କଳ୍ପନା ଲେଙ୍କା, ମନସ୍ମିତା ଖୁଣ୍ଟିଆ ଏବଂ ସୁଜାତା ନାୟକ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଧ୍ୟକ୍ଷା ଓ ସଦସ୍ୟା ମାନେ ପୁରୀ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଜଣାଇଥିଲେ। ଏହାପରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା ଯୋଜନା ଗୁଡିକ ମଧ୍ଯରେ ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ। ଭବିଷ୍ୟତରେ ଶିଶୁ ସୁରକ୍ଷାକୁ ଅଗ୍ରାଧିକାର ପ୍ରଦାନ ପୂର୍ବକ ସମସ୍ତ ଶିଶୁ ମାନଙ୍କ ଅଧିକାର ପୂରଣ ଦିଗରେ ଆୟୋଗ ନିଷ୍ଠାର ସହିତ କାର୍ଯ୍ୟ କରିବ ବୋଲି ଅଧ୍ୟକ୍ଷା କହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande