ଭୁବନେଶ୍ବର, 13 ଅଗଷ୍ଟ (ହି.ସ.) । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇ ସେ କହିଛନ୍ତି, “ପରମ ଶିବଭକ୍ତ, ମହାନ ବୀରାଙ୍ଗନା ‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି। ଦେବୀ ଅହିଲ୍ୟାବାଇ ହୋଳକର ତାଙ୍କ ଜୀବନରେ ପ୍ରଶାସନିକ କୌଶଳ ସହିତ ଧର୍ମ, ସଂସ୍କୃତି ଓ ସମାଜର ଉନ୍ନତି ପାଇଁ ଅଭୂତପୂର୍ବ କାର୍ଯ୍ୟ କରିଥିଲେ। ତାଙ୍କର ଶାସନକାଳରେ ମାଳବା ସହିତ ସମଗ୍ର ଭାରତରେ ଶାନ୍ତି ଓ ସମୃଦ୍ଧିର ପରିବେଶ ସୃଷ୍ଟି ହୋଇଥିଲା। ସେ କେବଳ କାଶୀ ବିଶ୍ୱନାଥ ମନ୍ଦିରର ପୁନର୍ନିର୍ମାଣ କରିଥିଲେ ନୁହେଁ, ଅନ୍ୟାନ୍ୟ ଧାର୍ମିକ ସ୍ଥାନମାନଙ୍କୁ ମଧ୍ୟ ସଂରକ୍ଷଣ କରିଥିଲେ, ଯାହା ତାଙ୍କର ପ୍ରଗାଢଧାର୍ମିକ ଆସ୍ଥାକୁ ପ୍ରକାଶ କରେ। ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଦୂରଦୃଷ୍ଟି ଓ କାର୍ଯ୍ୟ ଆଜିଭଳି ଆମ ସମସ୍ତଙ୍କ ପାଇଁ ପ୍ରେରଣାସ୍ତ୍ରୋତ ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ