ଜୟପୁର, 13 ଅଗଷ୍ଟ (ହି.ସ.)
କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଞ୍ଚଳର ଜଣେ ଗଞ୍ଜେଇ ମାଫିଆକୁ ଜିଲ୍ଲା ପୁଲିସ ସହାୟତାରେ ହରିଆଣା ରାଜ୍ୟର ପୁଲିସ ଗିରଫ କରିବା ସହ ସାଥିରେ ନିଜ ରାଜ୍ୟକୁ ନେଇଛନ୍ତି । ଗିରଫ ଅଭିଯୁକ୍ତ ବୈପାରୀଗୁଡା ଥାନା ବରେଇଗୁଡା ଗ୍ରାମର ଭାସ୍କର ଶଗରିଆ (୨୫)। ଏହି ଅଞ୍ଚଳରୁ ବେଆଇନ ଗଞ୍ଜେଇ ହରିଆଣା ରାଜ୍ୟକୁ ଚାଲଣ କରୁଥିବା ବେଳେ ହରିଆଣା ରାଜ୍ୟର ଝାଜର ଥାନା ପୁଲିସ ଗଞ୍ଜେଇ ଜବତ କରିଥିଲେ । କିନ୍ତୁ ଘଟଣାସ୍ଥଳରେ ଅନ୍ୟମାନେ ଗିରଫ ହୋଇଥିଲେ ସୁଦ୍ଧା ଏଠାରୁ ଗଞ୍ଜେଇ ମାଫିଆ ଅଭିଯୁକ୍ତ ଭାସ୍କର ଖସି ଚାଲି ଆସିଥିଲେ । ଏଥିନେଇ ଗତ ୯ ତାରିଖରେ ହରିଆଣା ରାଜ୍ୟର ଝାଜର ଜିଲ୍ଲାରେ ଏକ ମାମଲା ରୁଜୁ ହୋଇଥିଲା ୟ ଅଭିଯୁକ୍ତଙ୍କୁ ପିଛା କରି ହରିଆଣା ରାଜ୍ୟ ପୁଲିସ କୋରାପୁଟ ଜିଲ୍ଲାରେ ପହଞ୍ଚି ସ୍ଥାନୀଯ ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିବା ପରେ ଜୟପୁର ସ୍ଥିତ ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟେଟଙ୍କ ନିକଟରେ ଉପସ୍ଥାପନା କରିବା ପରେ ହରିଆଣା ରାଜ୍ୟକୁ ନେଇ ସେଠିକାର କୋର୍ଟରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି
---------------
ହିନ୍ଦୁସ୍ଥାନ ସମାଚାର / ପିକେପି