ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଭଦ୍ରକ ଜିଲା ପରିଦର୍ଶନ
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଆଜି ପୂର୍ବାହ୍ନରେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଭଦ୍ରକ ଜିଲା ପରିଦର୍ଶନରେ ଆସି ଜିଲାର (ୱାନ୍ ଷ୍ଟପ୍ ସେଂଟର) ସଖୀ ଶକ୍ତି ସଦନ, ଆଶ୍ରୟ ଆସିୟାନା, ନୁହାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ସାକ୍ଷାତ୍ ଆଲୋଚନା କରିଛନ୍ତି। ଜିଲାର ମୁଖ୍ୟ ଚିକିତ୍ସାଳୟର ଶିଶୁ
MAHILA COMMISSION CHAIRMAN BHADRAK DIST. VISIT


ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଆଜି ପୂର୍ବାହ୍ନରେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଭଦ୍ରକ ଜିଲା ପରିଦର୍ଶନରେ ଆସି ଜିଲାର (ୱାନ୍ ଷ୍ଟପ୍ ସେଂଟର) ସଖୀ ଶକ୍ତି ସଦନ, ଆଶ୍ରୟ ଆସିୟାନା, ନୁହାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ସାକ୍ଷାତ୍ ଆଲୋଚନା କରିଛନ୍ତି। ଜିଲାର ମୁଖ୍ୟ ଚିକିତ୍ସାଳୟର ଶିଶୁ ମାତୃ ୱାର୍ଡ ପରିଦର୍ଶନ କରି ଚିକିତ୍ସାଳୟରେ ଥିବା ମା’ ମାନଙ୍କ ସହିତ ସ୍ୱାସ୍ଥ୍ୟ ଚିକିତ୍ସା ସମ୍ବନ୍ଧରେ ବିଶଦ ଆଲୋଚନା କରିବା ସହିତ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ତଥା ଚିକିତ୍ସାଳୟର କର୍ମଚାରୀଙ୍କ ସହିତ ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦିଆଯାଉଥିବା ସୁବିଧା ସମୂହର ଆଲୋଚନା କରିଥିଲେ। ଏହାପରେ ଜିଲା କାରାଗାର ପରିଦର୍ଶନ କରି ସେଠାରେ ଥିବା ମହିଳା ଅନ୍ତେବାସୀଙ୍କ ସହିତ ସାକ୍ଷାତ୍ ଆଲୋଚନା ସହ ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏହି ଗସ୍ତ କାଳରେ କାରାଗାରର ସୁପରିଟେଣ୍ଡେଂଟ ବିକାଶ ସେଠୀ ସହାୟତା କରିଥିଲେ। ଏହି ପରିଦର୍ଶନ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୪.୩୦ ରେ ଶେଷ ହୋଇଥିଲା। ଏହି ପରିଦର୍ଶନ କାଳରେ ଭଦ୍ରକ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର, ପୋଗ୍ରାମ ଅଫିସର ଚନ୍ଦ୍ରା ସାହୁ ସହାୟତା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande