ସୁବର୍ଣ୍ଣପୁର, 13 ଅଗଷ୍ଟ (ହି.ସ.)ଆଜି ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିନିକାର ଶ୍ରୀ ଗୋପାଳଜୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିନ୍ଦୁରପୁର ଠାରେ ଜାତୀୟ କୃମି ନାଶକ ଦିବସର ଶୁଭ।ରମ୍ଭ ହୋଇଯାଇଛି I
ଅତିରିକ୍ତ ନିର୍ଦେଶକ (ବୈଷୟିକ) ସ୍ୱାସ୍ଥ୍ୟ ବିଭାଗ ଓଡିଶା ଡା. ନିରୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡା. ଦୈତ୍ୟ ନାରାୟଣ ପାଢ଼ୀ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଡା. ମୋନଜ କୁମାର ଅଦାବର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡ଼ା ସତ୍ୟନାରାୟଣ ପାଣିଗ୍ରାହୀ, ଅଧିକ୍ଷକ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ବିନିକା, ସତିକାନ୍ତ ପଣ୍ଡା ପି ଟି ସି ଏନ ଏଚ ଏମ ଓଡିଶା, ସୁଶାନ୍ତ କୁମାର ପଣ୍ଡା କଂସଲଟାଣ୍ଟ UNFPA, ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମୁନିମା ସୁନା ମଞ୍ଚାସୀନ ଥିଲେ I
କୃମି ଦ୍ୱାରା ଆକ୍ରାନ୍ତ ଶିଶୁ ର ଶାରୀରିକ ଓ ମାନସିକ ବିକାଶ ବାଧା ପ୍ରାପ୍ତ ହୋଇଥାଏ ଓ ଏହା ରକ୍ତ ହୀନତା ଓ ପୌଷ୍ଟିକ ଆସନ୍ତୁଳନ କରିଥାଏ I
ତେଣୁ ବର୍ଷକୁ ଦୁଇଥର ଅଗଷ୍ଟ ଓ ଫେବୃଆରୀ ମାସରେ ସରକାରଙ୍କ ଦ୍ୱାରା ବିନା ମୂଲ୍ୟରେ ଦିଆଯାଉଥିବା ଏହି ଔଷଧକୁ 1 ରୁ 19 ବର୍ଷ ବୟସର ଯୋଗ୍ୟ ବିବେଚିତ ଉପଭୋକ୍ତା ନିଶ୍ଚୟ ଖାଇବା ଉଚିତ I
ଏହି କାର୍ଯ୍ୟକ୍ରମରେ ଯେଉଁ ଛାତ୍ର ଛାତ୍ରୀ ମାନେ ଆଜି କୃମି ନାଶକ ବଟିକା ଖାଇପାରି ନାହାନ୍ତି ଆସନ୍ତା 19.8.2025 ରେ ଖାଇବେ ବୋଲି ମଞ୍ଚ।ସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ I
ଏହି ଔଷଧ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ମାନଙ୍କରେ ଏହି ସମୟରେ ଉପଲବ୍ଧ I
ଏହାସହ ବାହାରେ ମାଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା, ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନ ଓ ପାଣିରେ ହାତ ଧୋଇବା, କଞ୍ଚ। ଫଳ ଓ ପରିବାକୁ ଖାଇବା ପୂର୍ବରୁ ଭଲ ଭାବରେ ଧୋଇବା, ନିଜ ପରିବେଶ ସଫା ରଖିବା, ଚପଲ ଲଗାଇ ବାହାରକୁ ଯିବା, ବିଶୁଦ୍ଧ ପାଣି ବ୍ୟବହାର କରି ଖାଦ୍ୟକୁ ଘୋଡେଇ ରଖିବାର ଅଭ୍ୟାସ କୃମି ରୋଗରୁ ରକ୍ଷା କରିଥାଏ ବୋଲି ମତବ୍ୟକ୍ତ କରିଥିଲେ I
ଏ ବର୍ଷ ବିନିକା ବ୍ଲକ ରେ ମୋଟ
1 ରୁ 2 ବର୍ଷ ର 1589, 3 ବର୍ଷ ରୁ 5 ବର୍ଷ 3901, 6 ବର୍ଷରୁ 19 ବର୍ଷ ର 20947 ଓ WRA ମୋଟ 2166 ସର୍ବମୋଟ 28603 ଜଣ ଉପଭୋକ୍ତା albendazole tablet ବା କୃମିନାଶକ ବଟିକା ଖାଇବେ I
ସଚେତନତା ସଭାପରେ ପରେ ଛାତ୍ର ଛାତ୍ରୀ ମାନଙ୍କୁ କୃମି ନାଶକ ଅଳବେଣ୍ଡାଯୋଲ ବଟିକା ଖାଇବାକୁ ଦିଆଯାଇଥିଲା I
କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ଶ୍ରୀ କିଶୋର କୁମାର ସାହୁ DMRCH, ଶ୍ରୀ ସନ୍ତୋଷ କୁମାର ସାହୁ DVLM ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର BPM ଶ୍ରୀ ଶୁଶାନ୍ତ କୁମାର ସାହୁ, ସୁଜାତା ପୁରୋହିତ CHO, ଆଶା କର୍ମୀ ସୌଦାମିନୀ ପଣ୍ଡା ଯୋଗଦେଇଥିଲେ I
ଶ୍ରୀ ବୃନ୍ଦାବନ ସାହୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସ୍ୱାଗତ ସମ୍ଭାଷଣ ଦେଇଥିବାବେଳେ , ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଅକ୍ରୁର କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ