ହରଘର ତିରଙ୍ଗା ଅଭିଯାନରେ ନିଜ ବାସଭବନରେ ତ୍ରିରଙ୍ଗା ଲଗାଇଲେ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ହରଘର ତିରଙ୍ଗା ଅଭିଯାନରେ ନିଜ ବାସଭବନରେ ତ୍ରିରଙ୍ଗା ଲଗାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି ଆଜି, ମୁଁ ହରଘର ତିରଙ୍ଗା ଅଭିଯାନ ଅଧୀନରେ ମୋ ବାସଭବନରେ ତ୍ରିରଙ୍ଗା ଉତୋଳନ କରିଛି। ମୋଦୀଜ
ହରଘର ତିରଙ୍ଗା ଅଭିଯାନରେ ନିଜ ବାସଭବନରେ ତ୍ରିରଙ୍ଗା ଲଗାଇଲେ କନକ ବର୍ଦ୍ଧନ ସିଂହଦେଓ


ଭୁବନେଶ୍ୱର, ୧୩ ଅଗଷ୍ଟ (ହି.ସ)- ହରଘର ତିରଙ୍ଗା ଅଭିଯାନରେ ନିଜ ବାସଭବନରେ ତ୍ରିରଙ୍ଗା ଲଗାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି।

ଏକ୍ସରେ ସେ ଲେଖିଛନ୍ତି ଆଜି, ମୁଁ ହରଘର ତିରଙ୍ଗା ଅଭିଯାନ ଅଧୀନରେ ମୋ ବାସଭବନରେ ତ୍ରିରଙ୍ଗା ଉତୋଳନ କରିଛି।

ମୋଦୀଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା 'ହର ଘର ତିରଙ୍ଗା' ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧିବା ସହ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବା ପାଇଁ ଏକ ଗଣ ଅଭିଯାନରେ ପରିଣତ ହୋଇଛି। ଏହି ଅଭିଯାନ ଦର୍ଶାଉଛି ଯେ ୧୪୦ କୋଟି ଦେଶବାସୀ ସ୍ୱାଧୀନ ଭାରତକୁ ଶ୍ରେଷ୍ଠ ଦେଶ ଭାବରେ ବିକଶିତ କରିବା ଏବଂ ଗଢ଼ି ତୋଳିବା ପାଇଁ ସଂକଳ୍ପବଦ୍ଧ, ଯାହାର ସ୍ୱପ୍ନ ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କର ତ୍ୟାଗ, ତପସ୍ୟା ଏବଂ ସମର୍ପଣ ମାଧ୍ୟମରେ ଦେଖିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande