ଟିଟିଲାଗଡ଼ ପୋଲିସ ତରଫରୁ ଆତ୍ମହତ୍ୟା ବିରୋଧୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ
ବଲାଙ୍ଗିର, 13 ଅଗଷ୍ଟ (ହି.ସ) କିଛିଦିନ ହେବ ରାଜ୍ୟରେ ନିର୍ଯ୍ୟାତନା, ଅବସାଦ ଓ ଅତ୍ୟଧିକ ଚିନ୍ତା ସହି ନ ପାରି ଆତ୍ମହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ଏହାକୁ ରୋକିବାକୁ ଓଡ଼ିଶା ପୋଲିସ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ସମସ୍ତ ମହିଳା ମହାବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍
ଟିଟିଲାଗଡ଼ ପୋଲିସ ତରଫରୁ ଆତ୍ମହତ୍ୟା ବିରୋଧୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ


ବଲାଙ୍ଗିର, 13 ଅଗଷ୍ଟ (ହି.ସ) କିଛିଦିନ ହେବ ରାଜ୍ୟରେ ନିର୍ଯ୍ୟାତନା, ଅବସାଦ ଓ ଅତ୍ୟଧିକ ଚିନ୍ତା ସହି ନ ପାରି ଆତ୍ମହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳୁଛି । ତେବେ ଏହାକୁ ରୋକିବାକୁ ଓଡ଼ିଶା ପୋଲିସ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟର ସମସ୍ତ ମହିଳା ମହାବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟମାନଙ୍କୁ ଯାଇ ସେମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପୋଲିସ ପକ୍ଷରୁ ସହରର ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ହିନ୍ଦୀ ହାଇସ୍କୁଲ, ଡିଏଭି ମହାବିଦ୍ୟାଳୟକୁ ଯାଇ ଏକ ସଚେତନତା ସଭା କରିଥିଲେ । ଏଥିରେ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନଧିକାରୀ କଲ୍ୟାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ବୁଲି ବୁଲି ସବୁ ସ୍କୁଲ ଓ କଲେଜମାନଙ୍କରେ ଏହି ଅଭିଯାନ କରାଯାଇଛି । ଶ୍ରୀ ପ୍ରଧାନ ଛାତ୍ରୀମାନଙ୍କୁ ନିଜର ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ, ନିଜର ଜୀବନର ଲକ୍ଷ୍ୟ ପଛରେ ଯାଆନ୍ତୁ, ପର କଥାରେ କି ପର ବୁଦ୍ଧିରେ ଯାଆନ୍ତୁ ନାହିଁ, ନିଜର ବୁଦ୍ଧି ବଳରେ ନିଜର ପରିବାର ଲୋକଙ୍କ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାର୍ଗ ଦର୍ଶନ ଅନୁସାରେ ଜୀବନ ଗଢି ତୋଳନ୍ତୁ ବୋଲି କହିଥିଲେ । ପ୍ରତ୍ୟେକ ଜୀବନଟି ହେଉଛି ମୂଲ୍ୟବାନ, ଖାସ କରି ଆଜିର ଯୁଗରେ ମହିଳା, ଯୁବତୀ, ଛାତ୍ରୀ ମାନଙ୍କ ଦର୍ଜା ବହୁତ ଉପରେ । ଆଜିର ଯୁଗରେ ଯୁବପିଢ଼ି ଖାଲି ମୋବାଇଲରେ ବେଶି ରିଲ୍ସ୍ ଦେଖିବା, ଗେମ ଖେଳିବା, ପର ପିଲାଙ୍କ ସହ ବୁଲିବା ଭଳି ବେଶୀ ଖରାପ ଅଭ୍ୟାସରେ ପଡ଼ି ଭୁଲ ଆଡ଼କୁ ଗତି କରୁଛନ୍ତି । ଫଳ ସ୍ୱରୂପ କିଛିଦିନ ହେବ ଆମ ରାଜ୍ୟରେ ଯୁବତୀ ନିଜର ଜୀବନ ହାରି ଦେଉଛନ୍ତି । ତେଣୁ ନିଜେ ନିଜର ଜୀବନ ଗଢି ତୋଳିବା ପାଇଁ କାମ କରନ୍ତୁ ବୋଲି ସଚେତନତାର ବାର୍ତ୍ତା ଦେଇ ବିଦ୍ୟାର୍ଥୀଙ୍କ ମନୋବଳ ବଢ଼ାଇଥିଲେ । ସେହିପରି ଥାନାଧିକାରୀ କଲ୍ୟାଣୀ ବେହେରା ଜଣେ ଜଣେ ଝିଅ ହେଉଛନ୍ତି ମହାରାଣୀ ଲକ୍ଷ୍ମୀବାଇଙ୍କ ସଦୃଶ । ଗୋଟିଏ ବର୍ଷରେ ଯେମିତି ୬ଟି ରୁତୁ ଆସିଥାଏ ସେମିତି ଗୋଟିଏ ମହିଳା ଜୀବନରେ ୬ଟି ପର୍ଯ୍ୟାୟ ଦେଇ ଗତି କରିଥାଏ, ପ୍ରଥମେ ଶିଶୁ କନ୍ୟା, ଦ୍ଵିତୀୟରେ ଛାତ୍ରୀ, ତୃତୀୟରେ ଯୌବନ ଅବସ୍ଥା, ଚତୁର୍ଥରେ ବିବାହ କରି ପତ୍ନୀ, ପଞ୍ଚମରେ ମା’ର ଭୂମିକା ଓ ଷଷ୍ଠରେ ଜେଜେମା ହୋଇ ସବୁ ସୋପାନ ପାର ହେବା ପାଇଁ ଗୋଟିଏ ନାରୀର ଜନ୍ମ ହୋଇଥାଏ । ସେଥିପାଇଁ ଭଗବାନଙ୍କ ସୃଷ୍ଟିକୁ ଖୁସିରେ ଉପଭୋଗ କରିବା ପାଇଁ ସୁନ୍ଦର ଜୀବନ ଯାପନ କରିବାକୁ ପଡ଼ିବ । ଏହି ପର୍ଯ୍ୟାୟର ଯେକୌଣସି ସ୍ଥାନରେ କେତେବେଳେ ବି କୌଣସି ଅସୁବିଧା ହେଲେ, କୌଣସି ଯୁବକ କଷ୍ଟ ଦେଲା ଭଳି କମେଣ୍ଟ କଲେ, କେଉଁଠି ନିର୍ଯ୍ୟାତିତ ହେଲେ ସଙ୍ଗେ ସଙ୍ଗେ ପୋଲିସ ହେଲ୍ପ ଲାଇନ ୧୧୨କୁ କଲ କରି ନିଜର ଅଭିଯୋଗ କିମ୍ବା ଦୁଃଖ ଜଣାନ୍ତୁ ବୋଲି କହିଥିଲେ । ମାନସିକ ଚାପରୁ ମୁକ୍ତ ହେବା ସହ ଟିକିଏ କଥାରେ ବେଶୀ ଭାବିବା ଦରକାର ନାହିଁ, ଭଗବାନ ଜୀବନ ଦେଇଛନ୍ତି ଉପଭୋଗ କରିବା ପାଇଁ, ବାପାମାଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ବୋଲି ଉତ୍ସାହିତ କରିଥିଲେ । ଭୁଲ କାର୍ଯ୍ୟ କରନ୍ତୁ ନାହିଁ କି ଅବାଟରେ ନ ଯାଇ ପାଠପଢ଼ାରେ ମନ ଦିଅ ବୋଲି ବୁଝାଇଥିଲେ । ପରିଶେଷରେ କିଛି ବି ଭୁଲ ନିଷ୍ପତି ନ ନେବା ସହ ପୋଲିସ ଆପଣଙ୍କ ପାଇଁ, ପୋଲିସ ଉପରେ ଭରସା ରଖ, ଯାହା ଅସୁବିଧା ହେଲେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଅ. ଆମେ ତା ପାଇଁ ଅଛୁ ବୋଲି କହିଥିଲେ । ଏହି ସଚେତନ ସଭା ଅବସରରେ ଟିଟିଲାଗଡ଼ ଥାନାର ଏଏସ୍‌ଆଇ ଅହଲ୍ୟା ସୁନାନି, ଅନ୍ୟ ଏସ୍‌ଆଇ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande