ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, 'ହର ଘର ତ୍ରିରଙ୍ଗା, ତ୍ରିରଙ୍ଗା ଯାତ୍ରା ଏବଂ ବିଭାଜନ ବିଭୀଷିକା ଦିବସ' ସମ୍ପର୍କରେ ବିସ୍ତୃତ ଆଲୋଚନା
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.) - କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲଜୀଙ୍କ ଅଧ୍ୟକ୍ଷତାରେ ବିଜେପି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ବିଜେପି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସା
ବିଜେପିର ଗୁରୁତ୍ୱପୂର୍ଣ୍ଣ     ବୈଠକ, 'ହର ଘର ତ୍ରିରଙ୍ଗା, ତ୍ରିରଙ୍ଗା     ଯାତ୍ରା ଏବଂ ବିଭାଜନ ବିଭୀଷିକା ଦିବସ' ସମ୍ପର୍କରେ ବିସ୍ତୃତ     ଆଲୋଚନା


ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)

- କ୍ଷେତ୍ରୀୟ

ପ୍ରଭାରୀ ଶ୍ରୀ ସୁନୀଲ ବଂଶଲଜୀଙ୍କ ଅଧ୍ୟକ୍ଷତାରେ ବିଜେପି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଆଭାସୀ ମାଧ୍ୟମରେ

ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ବିଜେପି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ

ସଂଗଠନ ସମ୍ପାଦକ ଶ୍ରୀ ମାନସ ମହାନ୍ତି ସାମିଲ

ହୋଇଥିଲେ।

ଏହି ବୈଠକରେ ରାଜ୍ୟରେ

ପାଳନ ହେବାକୁ ଥିବା 'ହର ଘର ତ୍ରିରଙ୍ଗା, ତ୍ରିରଙ୍ଗା ଯାତ୍ରା ଏବଂ ବିଭାଜନ ବିଭୀଷିକା ଦିବସ' ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହାକୁ ସଫଳତାର ସହ ପାଳନ

ଏବଂ ତୃଣମୂଳ ସ୍ତରରେ ବ୍ୟାପକ କରିବା ପାଇଁ ପ୍ରଭାରି ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ

କେନ୍ଦ୍ରମନ୍ତ୍ରୀ ଗଣ, ସାଂସଦ ଗଣ, ବିଧାୟକ ଗଣ, ଦଳର ବରିଷ୍ଠ ପଦାଧିକାରୀ ଓ

ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande