ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ସରକାରୀ ବିଲ୍ଡିଂ
ରଙ୍ଗ ପରିବର୍ତ୍ତନ ପଛରେ ଦୁର୍ନୀତି ଗନ୍ଧ ବାରିଲା କଂଗ୍ରେସ । ରଙ୍ଗ ପରିବର୍ତନ ପାଇଁ 30 ହଜାର
କୋଟି ଖର୍ଚ୍ଚ ହେବ । ଆଗକୁ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ 34 ହଜାର କୋଟିରେ ପହଂଚିବ । ଏବେ ଜଣେ
ବ୍ୟକ୍ତିର ମୁଣ୍ଡ ପିଛା ଋଣ 20 ହଜାର ଟଙ୍କାରୁ ଅଧିକ । ସରକାରଙ୍କ ମୂଳ ଉଦ୍ଦେଶ୍ୟ ରଙ୍ଗ ବଦଳା
କାର୍ଯ୍ୟକ୍ରମ କରି ପିସି ଆଦାୟ କରିବା ଭଳି ଲାଗୁଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଜନୀ
ମହାନ୍ତି । ବିଜେପି ନିଜେ ଯେଉଁ କଥାକୁ ବିରୋଧ କରୁଥିଲା ଆଜି ସେ ନିଜେ ସେ କାମ କରୁଛି ବୋଲି
ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା