ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ବିଶ୍ୱ
ଅଙ୍ଗଦାନ ଦିବସରେ ରାଜ୍ୟର 24 ଅଙ୍ଗ ଦାନ କରିଥିବା ପରିବାରକୁ ସମ୍ବର୍ଦ୍ଧନା କରିଛନ୍ତି ରାଜ୍ୟ
ସରକାର । ସୂରଜ ଆୱାର୍ଡ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ 5, ଲକ୍ଷ ଲେଖାଁଏ ସହାୟତା ମଧ୍ୟ ଦେଇଛନ୍ତି ରାଜ୍ୟ
ସରକାର । ଅଙ୍ଗ ଦାନ ପ୍ରତି ଲୋକଙ୍କ ଉତ୍ସାହ ସୃଷ୍ଟି କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ
ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଲୋକ ସେବା
ଭବନ ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଡାକି ସମ୍ବର୍ଦ୍ଧନା
ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯେଉଁଥିରେ ସବୁ ଜିଲ୍ଲାରୁ ଜିଲ୍ଲପାଳ ମାନେ
ଭିଡିଓ କଂଫ୍ରେନସିଂ ଜରିଆରେ ଯୋଡି ହୋଇଥିଲେ ।ରାଜ୍ୟର ପ୍ରଥମ ଅଙ୍ଗଦାତା ସୁରଜଙ୍କ ନାମରେ ଏକ
ଆୱାର୍ଡ ଆରମ୍ଭ କରି ଅଙ୍ଗଦାତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସରକାର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା