ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ତମାଖୁ
କୁପ୍ରଭାବ ସଚେତନତାରେ ଜାତୀୟ ସ୍ତରରେ ଓଡ଼ିଶା ସର୍ବଶ୍ରେଷ୍ଠ ପୁରସ୍କାର ପାଇଥିବାରୁ ଖୁସି
ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ତମାଖୁର କୁପ୍ରଭାବ ସମ୍ପର୍କରେ ସଚେତନତା
ସୃଷ୍ଟିକୁ ଲୋକଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିରେ ବିଶେଷ କରି ଯୁବବର୍ଗଙ୍କ ଭୂମିକା
ଯଥେଷ୍ଟ ଗୁରୁତ୍ୱ ବହନ କରୁଛି।
ଏହାର ସଫଳ ରୂପାୟନ ପାଇଁ
ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ- ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ପାଳନ ଅବସରରେ
ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶାକୁ ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ
କରାଯାଇଛି ଯାହାକି ଅତ୍ୟନ୍ତ ଗର୍ବର ବିଷୟ। ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରି ଏକ ସୁସ୍ଥ
ଓଡ଼ିଶା ଗଠନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା